Voice of Eastern India

ୟୁକ୍ରେନରେ ଋଷର ଭୟଙ୍କର ଆକ୍ରମଣ, ମିସାଇଲ୍ ଆଟାକରେ ୧୫ ମୃତ


ନୂଆଦିଲ୍ଲୀ, ୦୮/୧୦ : ରୁଷ୍ ମଙ୍ଗଳବାର ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ୟୁକ୍ରେନ୍ ରାଜଧାନୀ କିଏଭ ଏବଂ ଅନ୍ୟ ସହରରେ ଘନଘନ ଆକ୍ରମଣ କରିଛି। ଏଥିରେ ଅନ୍ୟୁନ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ୪୦ରୁ ଅଧିକ ଆହତ ହୋଇଛନ୍ତି।

ମସ୍କୋ ବଡ଼ ଧରଣର ଆକ୍ରମଣ କରିବା ନେଇ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଗୁଇନ୍ଦା ସୂଚନା ଆଧାରରେ ପୂର୍ବାନୁମାନ କରିଥିଲେ ହେଁ ୟୁକ୍ରେନ୍ ଏହାକୁ ସମ୍ପୂର୍ଣ ଭାବେ ରୋକିପାରିନାହିଁ । ୟୁକ୍ରେନ୍ ରୁଷ୍ ରାଜଧାନୀ ମସ୍କୋ ଉପରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରିବା ପରେ ରୁଷ୍ ଏହାର ଜବାବରେ ମିସାଇଲ ଛାଡ଼ିଛି। ୟୁକ୍ରେନ୍ ମଧ୍ୟ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ପଶି ଆକ୍ରମଣ କରୁଛି।

Also Read :- ବଙ୍ଗୋପସାଗରରେ ନୂଆ ସିଷ୍ଟମ୍ : ଆସୁଛି ଘୂର୍ଣ୍ଣିବାତ୍ୟା ! ୧୦ରେ ମିଳିବ ସ୍ପଷ୍ଟ ଚିତ୍ର

ରୁଷର ତୈଳ ଭିତ୍ତିଭୂମିକୁ ଦୁର୍ବଳ କରିଦେବାକୁ ୟୁକ୍ରେନ୍ ଲକ୍ଷ୍ୟ ରଖିଛି। ୟୁକ୍ରେନ୍ ଏବେ ଆମେରିକା ନିର୍ମିତ ବହୁ ପରିମାଣର ପାଟ୍ରିଅଟ୍ ମିସାଇଲ ଆବଶ୍ୟକ କରୁଥିବାବେଳେ ଇରାନ ଯୁଦ୍ଧ ଯୋଗୁ ଏହି ମିସାଇଲର ଅଭାବ ଦେଖାଦେଇଛି। ମସ୍କୋର ବାଲିଷ୍ଟିକ୍ ମିସାଇଲ ଏବେ ବି ୟୁକ୍ରେନ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ତଥାପି ଡ୍ରୋନ୍ ସହାୟତାରେ ୟୁକ୍ରେନ୍କୁ ବହୁ କ୍ଷତି ପହଞ୍ଚାଉଛି। ୟୁକ୍ରେନ୍ ଆକ୍ରମଣରେ ରୁଷର ଅନେକ ପ୍ରମୁଖ ତୈଳ ବିଶୋଧନାଗାର କ୍ଷତିଗ୍ରସ୍ତ ହୋଇଛି। ଏଥିଯୋଗୁ ରୁଷକୁ ବଡ଼ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି।



Source link

Leave A Reply

Your email address will not be published.