Voice of Eastern India

ହୃଦୟ ବିଦାରକ ! ମାଆଙ୍କ ପାଇଁ ଛତା ନେଇ ଯିବା ବେଳେ ବଜ୍ରାଘାତରେ ନାବାଳକର ମୃତ୍ୟୁ


ଭଦ୍ରକ: ଲାଗି ରହିଥିଲା କାଳବୈଶାଖୀ ବର୍ଷା। ମାଆ ଫଶିରହିଥିଲେ ଗୁହାଳ ଘରେ। ଏମିତିରେ ୧୦ ବର୍ଷର ନାବାଳକ ନିଜ ମାଆଙ୍କୁ ଗୁହାଳ ଘରୁ ଆଣିବାକୁ ଛତା ନେଇ ଯାଇଥିଲେ। ଆଉ ଛତା ନେଇ ଗୁହାଳରେ ପହଞ୍ଚିବା ପୂର୍ବରୁ ବଜ୍ରାଘାତରେ ଚାଲିଗଲା ନାବାଳକର ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧି ବନ୍ଧଗାଁ ପଞ୍ଚାୟତ ସାମଲ ସାହିରେ ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ କାଳବୈଶାଖୀ ସମୟରେ ଗାଁର ସୁବାସ ସାହୁଙ୍କ ପତ୍ନୀ ପୁଷ୍ପଲତା ଘର ସମ୍ମୁଖ ଗୁହାଳ ଘରକୁ ଯାଇଥିଲେ । ହେଲେ ହଠାତ ବର୍ଷା ହେବାରୁ ସେ ଫେରି ପାରିନଥଲେ । ପୁଅ ଜୀବନ, ଛତା ନେଇ ମାଆ ପୁଷ୍ପଲତାଙ୍କୁ ଆଣିବାକୁ ଯାଉଥିଲେ। ହେଲେ ଏହି ସମୟରେ ବିଜୁଳି ମାରିବାରୁ ଗୁରୁତର ଆହତ ହୋଇଥିଲେ ନାବାଳକ ଜଣକ। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲ ନିଆଯାଇଥିଲା ମାତ୍ର, ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।



Source link

Leave A Reply

Your email address will not be published.