Voice of Eastern India

ହକି ବିଶ୍ୱକପରୁ ଭାରତ ଆଉଟ୍ : କଡା ସମାଲୋଚନା କଲେ ପିଆର ଶ୍ରୀଜେଶ୍


ନୂଆଦିଲ୍ଲୀ, ୨୫/୦୮ : ମହିଳା ଟିମ୍ ପରେ ପୁରୁଷ ହକି ଟିମ୍ ବିଶ୍ୱକପରୁ ବିଦା ହୋଇଛି । ଉଭୟ ଟିମ୍ ସେମି ଫାଇନାଲରେ ପହଁଚି ପାରି ନାହାଁନ୍ତି । ଏହାକୁ ନେଇ ଦଳର ପୂର୍ବତନ ଗୋଲ୍ କିପର ଏବଂ ଦୁଇ ଥର ଅଲମ୍ପିକ୍ କାଂସ୍ୟ ପଦକ ବିଜେତା ପିଆର ଶ୍ରୀଜେଶ୍ ଭାରତୀୟ ହକି ମହାସଙ୍ଘକୁ ଟାର୍ଗେଟ୍ କରିଛନ୍ତି । ଦଳର ମ୍ୟାନେଜମେଣ୍ଟର ଉତ୍ତର ଏବଂ ଭୂମିକାକୁ ନେଇ ସେ ପ୍ରଶ୍ନ କରିଛନ୍ତି ।

Also Read :- ସରିନି ମୌସୁମୀ ଅଧିବେଶନ ! କିଛି ସିକ୍ରେଟ୍ ପ୍ଲାନ୍ କରୁଛନ୍ତି କି କେନ୍ଦ୍ର ସରକାର ? ସନ୍ଦେହ କଲେ ବିରୋଧୀ

ଭାରତୀୟ ପୁରୁଷ ଟିମ୍ ସୋମବାର ଆର୍ଜେଣ୍ଟିନାଠୁ ୩-୫ରେ ହାରିଛି । ନେଦରଲାଣ୍ଡରେ ଏହି ମୁକାବିଲା ଖେଳାଯାଇଥିଲା । ଭାରତକୁ ସେମି ଆଶା ଉଜ୍ଜୀବିତ ରଖିବାକୁ ଏହି ମୁକାବିଲା ଜିତିବା ଜରୁରୀ ଥିଲା । କିନ୍ତୁ ଟିମ୍ ଜିତିବାରେ ଅସମର୍ଥ ହୋଇଥିଲା । ଏବେ ଦଳ ସପ୍ତମ ସ୍ଥାନ ପାଇଁ ବେଲଜିୟମକୁ ଭେଟିବ ।

ଭାରତର ପରାଜୟର ବଡ଼ କାରଣ ହେଉଛି ପେନାଲ୍ଟି କର୍ଣ୍ଣର । ଦଳ ୭ଟି ପେନାଲ୍ଟି କର୍ଣ୍ଣର ପାଇଥିଲା । କିନ୍ତୁ ସବୁ ବେକାର ଯାଇଥିଲା । ବଲ୍ ଉପରେ ଖେଳାଳି ନିୟନ୍ତ୍ରଣ ରଖିଥିଲେ ମଧ୍ୟ ଅଧିକ ଗୋଲ୍ କରିପାରିନଥିଲେ । ଏସବୁକୁ ନେଇ ଶ୍ରୀଜେଶ୍ କଟାକ୍ଷ କରି କହିଛନ୍ତି ଯେ, ଚିନ୍ତା କରନ୍ତୁ ନାହିଁ । ବିଶ୍ୱକପ୍ କିଛି ଫରକ୍ ପକାଏ ନାହିଁ । ଏସିଆନ୍ ଗେମ୍ସ ଆସୁଛି । ସେଠାରେ ଜିତନ୍ତୁ ଏବଂ ମେଡାଲ ପାଆନ୍ତୁ । ଏହାପରେ ହିଁ ଅଲମ୍ପିକ୍ ପାଇଁ ସ୍ୱପ୍ନ ଦେଖିହେବ । ବିଶ୍ୱକପରେ ଯାହା କ୍ଷତି ହେଲା ତାହାକୁ ଏସବୁ ଟୁର୍ଣ୍ଣାମେଣ୍ଟ ଭରଣା କରିଦେବ ବୋଲି କଟାକ୍ଷ କରିଛନ୍ତି ପୂର୍ବତନ ଖେଳାଳି ।

ସେ ଦଳର ଅନେକ ପ୍ରସଙ୍ଗ ଉଠାଇଛନ୍ତି । ବିଶ୍ୱକପ୍ ପୂର୍ବରୁ କିପରି ମହିଳା ଦଳର କୋଚ୍ ଛୁଟିରେ ଯାଇଥିଲେ ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । ଖେଳାଳିମାନେ ଆଶାଠୁ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ କିଏ ବିଫଳତାର ଉତ୍ତରଦାୟୀ ରହିବ ତାହା ସ୍ଥିର ହେବା ଦରକାର । କୌଣସି ବଡ ଦଳଠୁ ହାରିଲେ ଅନେକ କିଛି ଶିଖିବାକୁ ମିଳେ । କିନ୍ତୁ ଏସିଆର ଅନେକ ଦଳ ବିରୋଧରେ ବିଜୟକୁ ବଡ଼ ବିଜୟ ଭାବେ ପ୍ରଚାର କରାଯାଉଛି । ଆମକୁ କେବଳ ଭଲ ହକି ଖେଳୁଥିବା ଦଳ ନୁହେଁ ବରଂ ବିଶ୍ୱର ସର୍ବଶ୍ରେଷ୍ଠ ଦଳକୁ ହରାଇବାର କ୍ଷମତା ରଖୁଥିବା ଟିମ୍ ପ୍ରସ୍ତୁତ କରିବାକୁ ହେବ । ବିଶ୍ୱକପ୍ କୌଣସି ପ୍ରସ୍ତୁତି ନୁହେଁ । ଏହା ବିଶ୍ୱକପ୍ । କଣ ସତରେ ଏହା କାହା ଉପରେ ଫରକ ପକାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।



Source link

Leave A Reply

Your email address will not be published.