Voice of Eastern India

ସ୍ନାତକ ଆଡ଼ମିଶନ ପାଇଁ ପ୍ରକାଶ ପାଇଲା ତୃତୀୟ ମେଧା ତାଲିକା, ଇଂରାଜୀ ବିଷୟ ସହ ରେଭେନ୍ସା ବିଶ୍ୱବିଦ୍ୟାଳୟ ଆଗରେ


ଭୁବନେଶ୍ୱର: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ତୃତୀୟ ମେଧା ତାଲିକା ପ୍ରକାଶିତ ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସର୍ବମୋଟ ୨,୮୭,୫୧୯ଟି ସିଟ୍ ରହିଛି। ସ୍ନାତକ ପାଠ୍ୟକ୍ରମ ଫେଜ-୧ ଆଡ଼ମିଶନରେ ୨,୮୭,୫୧୯ଟି ସିଟ୍ ପାଇଁ ୨,୩୭,୨୦୦ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ପ୍ରଥମ ମେଧା ତାଲିକା ପ୍ରକାଶିତ ହେବା ପରେ ୮୮,୪୮୦ଜଣ ଛାତ୍ରଛାତ୍ରୀ ଏବଂ ଦ୍ଵିତୀୟ ମେଧା ତାଲିକା ପ୍ରକାଶିତ ହେବା ପରେ ୩୦,୧୫୦ ଜଣ ଛାତ୍ରଛାତ୍ରୀ ଆଡ଼ମିଶନ ନେଇଛନ୍ତି। ଏପର୍ଯ୍ୟନ୍ତ ସର୍ବମୋଟ୍ ୧,୧୮,୬୩୦ଜଣ ଛାତ୍ରଛାତ୍ରୀ ଆଡ଼ମିଶନ ନେଇଛନ୍ତି।

ପ୍ରକାଶିତ ହୋଇଥିବା ତୃତୀୟ ମେଧା ତାଲିକାରେ ୫୩,୬୫୬ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନିତ ହୋଇଛନ୍ତି। ୨୧,୮୭୯ ଜଣ ପୁରୁଷ, ୩୧,୭୭୩ ଜଣ ମହିଳା ଏବଂ ୪ ଜଣ ଟ୍ରାନ୍ସଜେଣ୍ଡର ତୃତୀୟ ମେଧା ତାଲିକାରେ ଚୟନିତ ହୋଇଛନ୍ତି।

Also Read: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ପିଲାଙ୍କୁ ନବମ ଶ୍ରେଣୀରେ ତୃତୀୟ ଭାଷା ପଢାଇବା ଠିକ୍ ନୁହେଁ

ସର୍ବାଧିକ କଟଅଫ୍ ମାର୍କ (ତୃତୀୟ ମେଧା ତାଲିକା)

ତୃତୀୟ ମେଧା ତାଲିକାରେ କଳାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଇଂରାଜୀ ବିଷୟ ପାଇଁ ୯୪.୮୦% କଟଅଫ୍ ମାର୍କ ରହିଛି। ବିଜ୍ଞାନରେ ଫିଜିକାଲ ସାଇନ୍ସରେ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ବିଷୟ ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର କଟଅଫ୍ ମାର୍କ ୯୫.୬୭% ରହିଛି। ବାୟୋଲୋଜିକାଲ ସାଇନ୍ସରେ ପ୍ରାଣୀ ବିଜ୍ଞାନ (ଜୁଲୋଜି) ବିଷୟ ପାଇଁ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂଶାସିତ) ମହାବିଦ୍ୟାଳୟର କଟଅଫ୍ ମାର୍କ ୯୩.୫୦% ରହିଛି। ବାଣିଜ୍ୟରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପାଇଁ ୯୧.୮୩% କଟଅଫ୍ ମାର୍କ ରହିଛି। ଶାସ୍ତ୍ରୀ ଷ୍ଟ୍ରିମରେ ସଂସ୍କୃତ (ଡ଼ିଗ୍ରୀ) ମହାବିଦ୍ୟାଳୟ, ବଡ଼କିଆ ପାଇଁ ୫୮.୨୯% କଟଅଫ୍ ମାର୍କ ରହିଛି। ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ କମ୍ପ୍ୟୁଟର ସାଇନ୍ସ ବିଷୟ ପାଇଁ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂ ଶାସିତ) ମହାବିଦ୍ୟାଳୟର କଟଅଫ୍ ମାର୍କ ୯୨% ରହିଛି। ଲ’ (ଆଇନ) ପାଠ୍ୟକ୍ରମରେ ୫ ବର୍ଷିଆ ଇଣ୍ଟିଗ୍ରେଟେଡ଼ ବିଏ. ଏଲଏଲବି ପାଠ୍ୟକ୍ରମ ପାଇଁ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କଟଅଫ୍ ମାର୍କ ୮୬.୫୦% ରହିଛି।

ତୃତୀୟ ମେଧା ତାଲିକାରେ ଚୟନିତ ହୋଇଥିବା ଛାତ୍ରଛାତ୍ରୀମାନେ ୧ ଅଗଷ୍ଟ ସୁଦ୍ଧା ନିଜର ଆଡ଼ମିଶନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।



Source link

Leave A Reply

Your email address will not be published.