Voice of Eastern India

ଅନ୍ତର୍ଜାତୀୟ କ୍ରିକେଟରେ କେତେ ଜଣ ଭାରତୀୟ ନେଇଛନ୍ତି ୫୦୦ ଓ୍ଵିକେଟ୍ ? ଚକିତ କରି ଦେବ ତାଲିକା


ନୂଆଦିଲ୍ଲୀ: ଟେଷ୍ଟ୍‌, ଦିନିକିଆ ଓ ଟି-୨୦ ଏହି ତିନୋଟି ଯାକ ଫର୍ମାଟ୍‌ରେ ନିଜର ଦମଦାର ବୋଲିଂ ବଳରେ ଭାରତୀୟ କ୍ରିକେଟ୍ ଦଳକୁ ଅନେକ ଐତିହାସିକ ବିଜୟ ଭେଟି ଦେଇଛନ୍ତି ଦେଶର ମହାନ ବୋଲରମାନେ। ଗତ ୯ ଦଶନ୍ଧିରୁ ଅଧିକ ସମୟର ଭାରତୀୟ କ୍ରିକେଟ୍ ଇତିହାସକୁ ନଜର ପକାଇଲେ, ଦେଶରେ ଅନେକ ମହାନ ବୋଲର ସୃଷ୍ଟି ହୋଇଛନ୍ତି। ତେବେ ସବୁ ଫର୍ମାଟ୍‌ ମିଶାଇ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ୫୦୦ କିମ୍ବା ତା’ଠାରୁ ଅଧିକ ୱିକେଟ୍ ହାସଲ କରିବାର ଗୌରବ କେବଳ ୮ ଜଣ ଭାରତୀୟ ବୋଲରଙ୍କୁ ମିଳିପାରିଛି।

ଶୀର୍ଷରେ ଅନିଲ କୁମ୍ବଲେ, ଦ୍ବିତୀୟରେ ଅଶ୍ବିନ

ଭାରତ ପାଇଁ ଆନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠାରୁ ଅଧିକ ୱିକେଟ୍ ନେବାର ରେକର୍ଡ ମହାନ ଲେଗ୍‌-ସ୍ପିନର ଅନିଲ କୁମ୍ବଲେଙ୍କ ନାଁରେ ରହିଛି। ସେ ତିନୋଟି ଯାକ ଫର୍ମାଟ୍‌ ମିଶାଇ ମୋଟ ୯୫୬ଟି ୱିକେଟ୍ ଅକ୍ତିକାର ତାଲିକାର ଶୀର୍ଷରେ ଅଛନ୍ତି। ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅଫ୍-ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍। ସେ ୭୬୫ଟି ୱିକେଟ୍ ନେଇ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।

୭୦୦ ଓ ୬୦୦+ ୱିକେଟ୍ କ୍ଲବ୍

ଟର୍ବନେଟର ହରଭଜନ ସିଂହ ୭୧୧ଟି ୱିକେଟ୍ ସହ ତୃତୀୟ ସ୍ଥାନରେ ଥିବା ବେଳେ ୧୯୮୩ ବିଶ୍ବକପ୍ ବିଜେତା ଅଧିନାୟକ କପିଲ ଦେବ ୬୮୭ଟି ୱିକେଟ୍ ହାସଲ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା (୬୩୪ ୱିକେଟ୍) ଏବଂ ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ୍ (୬୧୦ ୱିକେଟ୍) ୬୦୦ରୁ ଅଧିକ ୱିକେଟ୍ ନେଇଥିବା ବିଶେଷ ସୂଚୀରେ ସାମିଲ ଅଛନ୍ତି।

୫୦୦ ୱିକେଟ୍‌ ହାସଲକାରୀ ୮ ଭାରତୀୟ ବୋଲରଙ୍କ ତାଲିକା

ଅନିଲ କୁମ୍ବଲେ – ୯୫୬ ୱିକେଟ୍

ରବିଚନ୍ଦ୍ରନ୍ ଅଶ୍ୱିନ୍ – ୭୬୫ ୱିକେଟ୍

ହରଭଜନ ସିଂହ – ୭୧୧ ୱିକେଟ୍

କପିଲ ଦେବ – ୬୮୭ ୱିକେଟ୍

ରବୀନ୍ଦ୍ର ଜାଡେଜା – ୬୩୪ ୱିକେଟ୍

ଜାହିର ଖାନ୍ – ୬୧୦ ୱିକେଟ୍

ଜବାଗଲ ଶ୍ରୀନାଥ – ୫୫୧ ୱିକେଟ୍

ଯଶପ୍ରୀତ ବୁମରା – ୫୦୬ ୱିକେଟ୍



Source link

Leave A Reply

Your email address will not be published.