Voice of Eastern India

ସୁନାରେ ମିଶୁଛି ଭୟଙ୍କର ଜିନିଷ : ୨୦ କ୍ୟାରେଟ୍ ସୁନା ପାଲଟିଯାଉଛି ୨୨ କ୍ୟାରେଟ୍, ଧରା ବି ପଡୁନି !


ନୂଆଦିଲ୍ଲୀ, ୨୩।୧୧ : ସୁନାର ଶୁଦ୍ଧତାକୁ ନେଇ ଏବେ ଦେଶରେ ନୂଆ ଚର୍ଚ୍ଚା । ବଜାରରେ ମିଳୁଥିବା ସୁନା କେତେ ଶୁଦ୍ଧ ସେ ନେଇ ଗ୍ରାହକ ଆଶଙ୍କାରେ । ସୁନା ଅଳଙ୍କାର ଓଜନ ବୃଦ୍ଧି କରିବା ଲାଗି ରେନିୟମ ନାମକ ଏକ ଦୁର୍ଲଭ ଧାତବ ପାଉଡର ମିଶାଯାଉଥିବା ଅଭିଯୋଗ ଆସିଛି। ଏହି ମିଶ୍ରଣ ଯୋଗୁ ଗ୍ରାହକ ୨୨ କ୍ୟାରେଟ ନାମରେ କିଣୁଥିବା ସୁନା ନାମରେ ୨୦ କ୍ୟାରେଟ ବିଶିଷ୍ଟ ଅଳଙ୍କାର କିଣି ଠକାମିରେ ପଡି ପାରନ୍ତି । ଏଭଳି ଘଟଣା ଦେଶର ହଲମାର୍କିଂ ଓ ସୁନା ପରୀକ୍ଷଣ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜସ୍ଥାନ ଯୋଧପୁରରରେ ଏକ ଅନୁସନ୍ଧାନମୂଳକ ପରୀକ୍ଷଣରୁ ଏହି ଘଟଣା ସାମ୍ନାକୁ ଆସିଛି ।

ଏହି ପରୀକ୍ଷଣରେ ୭.୮୩ ଗ୍ରାମ ବିଶିଷ୍ଟ ଶୁଦ୍ଧ ସୁନାରେ ୧ ଗ୍ରାମ ରେନିୟମ ପାଉଡର ମିଶାଯାଇଥିଲା। ପରେ ଏଥିରେ ଅନ୍ୟ ଧାତୁ ମିଶାଇ ୯.୫୮ ଗ୍ରାମର ଏକ ଅଳଙ୍କାର ପ୍ରସ୍ତୁତ କରାଯାଇଥିଲା । ଏଥିରେ ପ୍ରକୃତ ସୁନା ପରିମାଣ ୨୦ କ୍ୟାରେଟ ଥିଲେ ମଧ୍ୟ ବିଭିନ୍ନ ପରୀକ୍ଷଣ କେନ୍ଦ୍ରରେ ଏହା ୨୨ କ୍ୟାରେଟ ବୋଲି ଦର୍ଶାଯାଇଥିଲା। ଏପରିକି ଏହାକୁ ୯୧୬ ବିଆଇଏସ୍ ହଲ୍ମାର୍କ ମିଳିଥିବା ମଧ୍ଯ ଦାବି କରାଯାଇଛି । ସରଳ ଭାବେ କହିଲେ, ରେନିୟମ ସୁନାରେ ମିଶିଲେ ଏହା ବର୍ତ୍ତମାନର ସୁନା ବୈଦ୍ଧତା ମାପୁଥିବା ମେସିନ କିମ୍ବା ପ୍ରଚଳିତ ବ୍ୟବସ୍ଥା ମଧ୍ୟ ଚିହ୍ନଟ କରିପାରୁନି।

Also Read :- ମାଲେସିଆ ଦେଇ ଚୀନକୁ ଯାଉଥିଲା AI ଚିପ୍, ଦୁଇ ବର୍ଷ ହେଲା ଗୁଇନ୍ଦା ମିଶନ ଚଲାଉଥିଲା ଡ୍ରାଗନ୍ !

ରେନିୟମ ଏକ ଅତ୍ୟଧିକ ଘନତ୍ବ ବିଶିଷ୍ଟ ଧାତୁ । ଏହାର ଘନତ୍ୱ ସୁନାଠାରୁ ମଧ୍ୟ ଅଧିକ। ଏହାକୁ ମିଶାଇ ସୁନାର ଓଜନ ବଢ଼ାଯାଉଥିବା ଆଶଙ୍କା କରାଯାଉଛି । ତେବେ ଏହା ୩୧୦୦ ଡିଗ୍ରୀ ସେଲସେୟସରେ ତରଳୁଥିବାରୁ ସାଧାରଣ ଅଳଙ୍କାର ତିଆରି ତାପମାତ୍ରାରେ ଏହାକୁ ତରଳାଇ ମିଶାଇବା ଉପରେ ପ୍ରଶ୍ନ ମଧ୍ୟ ଉଠିଛି । ଏହି ଅଭିଯୋଗର ସ୍ବାଧୀନ ଯାଞ୍ଚ ହେବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି।

ଏହି ଘଟଣା ପରେ ଇଣ୍ଡିଆନ ବୁଲିୟନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ (ଆଇବିଜେଏ) ଭାରତୀୟ ମାନକ ବ୍ୟୁରୋ ନିକଟରେ ଥିବା ହଲମାର୍କ୍ ବ୍ୟବସ୍ଥାର କଡ଼ା ଯାଞ୍ଚ ଏବଂ ଅନିୟମିତତା ରୋକିବାକୁ ଦାବି କରିଛି। ଏହି ପ୍ରସଙ୍ଗକୁ ନେଇ ବିଆଇଏସ୍ ଏକ ଜରୁରୀ ବୈଠକ ଡାକିଛି। କେବଳ ଏକ୍ସଆରଏଫ୍ ମେସିନ ପରୀକ୍ଷା ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ। ଏହା ମୁଖ୍ୟତଃ ଅଳଙ୍କାରର ପୃଷ୍ଠଭାଗର ଧାତୁ ଉପାଦାନ ଯାଞ୍ଚ କରେ । ପ୍ରକୃତ ସୁନା ପରିମାଣ ଯାଞ୍ଚ କରିବା ଲାଗି ଫାୟାର ଆସେସ୍ ଭଳି ଅଧିକ ବିଶ୍ୱସନୀୟ ପରୀକ୍ଷଣ ଉଚିତ ।

ନିବେଶ ଫାର୍ମ ଓ୍ୱାଲେଟ ଫର୍ ୱେଲଥର ଏମଡି ତ୍ରିନାଥ ଲେଙ୍କା କହିଛନ୍ତି, ଗ୍ରାହକଙ୍କ ବିଶ୍ବାସ ରକ୍ଷା ପାଇଁ ହଲମାର୍କିଂ କେନ୍ଦ୍ରର ନିୟମିତ ଯାଞ୍ଚ, ଉନ୍ନତ ପରୀକ୍ଷଣ ପ୍ରଯୁକ୍ତି, ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ବର୍ତ୍ତମାନ ଅତ୍ୟନ୍ତ ଜରୁରୀ ।



Source link

Leave A Reply

Your email address will not be published.