Voice of Eastern India

ସାଙ୍ଗରେ ଆଧାର କାର୍ଡ ନେଇ ନଥିଲେ ହୋଇପାରେ ଅସୁବିଧା, STA ଆଣିଲା ନୂଆ ନିୟମ!


ଭୁବନେଶ୍ବର: ଜାଲିଆତି ଓ ଅପରାଧ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପରିବହନ ପ୍ରାଧିକରଣର ବଡ଼ ପଦକ୍ଷେପ। ଏଣିକି ପରିବହନ ବିଭାଗର ସମସ୍ତ କାର୍ଯ୍ୟ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ। ନୂଆ ଗାଡ଼ି ପଞ୍ଜୀକରଣ ଠାରୁ ଆରମ୍ଭ କରି ମାଲିକାନା ବଦଳାଇବା, ସବୁ କାମ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି। ଏନେଇ STA ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି।

ବିଜ୍ଞପ୍ତି ଅନୁସାରେ, ଏଣିକି ବିନା ଆଧାରକାର୍ଡ ଯାଞ୍ଚରେ ହେବନି ରେଜିଷ୍ଟ୍ରେସନ ଓ ଓନରସିପ୍ ଟ୍ରାନସ୍ଫର। ପ୍ରକୃତ ମାଲିକଙ୍କ ଓଟିପି ସହ ଦିଆଯାଇଥିବା ଠିକଣା ଯାଞ୍ଚ୍ କରିବେ ଅଧିକାରୀ। ସେହିଭଳି ଗାଡ଼ିରେ ହତ୍ୟା, ସ୍ମଗଲିଂ ଏବଂ କିଡନାପିଙ୍ଗ ପରି ବଡ଼ ଅପରାଧ ରୋକିବା ସହ ଅପରାଧ ଘଟିବା ପରେ ପ୍ରକୃତ ଅପରାଧୀଙ୍କ ପାଖରେ ପହଞ୍ଚିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ।

Also Read: ‘ଲୋକଙ୍କୁ ୨୪ ଘଣ୍ଟିଆ ପରିଷ୍କାର ଏବଂ ସୁଲଭ ବିଜୁଳି ଯୋଗାଇବୁ, ବିଜୁଳି ବିଲ୍ ହ୍ରାସ କରିବୁ’

ଆହୁରି ମଧ୍ୟ ଦୁର୍ଘଟଣାସ୍ଥଳ ହେଉ ଅବା କ୍ରାଇମ୍ ସ୍ପଟ୍ ସବୁ ଜାଗାରେ ଉଭୟ ପୋଲିସ ଏବଂ ପରିବହନ ବିଭାଗର ସହଜ ହେବ କାର୍ଯ୍ୟ। ଏହି ପଦକ୍ଷେପ ପରେ ବାହାର ଗାଡ଼ି ସମେତ ରାଜ୍ୟର ସବୁ ଗାଡ଼ିର ତଥ୍ୟ ଉଭୟ ପୋଲିସ ଏବଂ ପରିବହନ ବିଭାଗ ପାଖରେ ରହିବ । ତେବେ ଯେଉଁ ଅଧିକାରୀମାନେ ଏହାର ଉଲ୍ଲଘଂନ କରିବେ ସେମାନଙ୍କ ପ୍ରତି କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।



Source link

Leave A Reply

Your email address will not be published.