Voice of Eastern India

ସତ ହୋଇଗଲା ଭବିଷ୍ୟବାଣୀ ! ବହୁ ବର୍ଷ ପୂର୍ବରୁ ନେପାଳ କଥା କହିଦେଇଥିଲେ ଏହି ମହିଳା, ଆଗକୁ ଘଟିବ ଏମିତି…


ନୂଆଦିଲ୍ଲୀ, ୨୭/୦୮ : ନେପାଳରେ ଭୟଙ୍କର ବନ୍ୟା ଆସିଛି । ହିମସ୍ଖଳନ, ଭୂମିକମ୍ପ ପାଇଁ ସୁନାମି ଭଳି ମାଡ଼ି ଆସିଛି ପାଣି । ପ୍ରାଣ ହରାଇଛନ୍ତି ଶହଶହ ଲୋକ । ୧୦୦୦ ଏବେବି ନିଖୋଜ ଅଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଓଡିଆ ରହିଥିବା ସୂଚନା ମିଳିଛି । ତେବେ ନେପଳ ବନ୍ୟା ପାଇଁ ପୂର୍ବରୁ ସତର୍କ କରିଥିଲେ ବାବା ଭେଙ୍ଗା । ଯାହା ସତ ହୋଇଛି ବୋଲି ଅନେକ ଦାବି କରିଛନ୍ତି ।

ପ୍ଲାନେଟ୍ ଲ୍ୟାବ୍ ଜାରି କରିଥିବା ସାଟେଲାଇଟ୍ ଇମେଜରୁ ଜଣା ପଡିଛି ଯେ, ଏକ ବିରାଟ ହିମଖଣ୍ଡ ଏକ ବରଫ ହ୍ରଦକୁ ପଶି ଆସିଥିଲା । ଏହାଦ୍ୱାରା ନଦୀର ସ୍ରୋତ ବନ୍ଦ ହୋଇ ରହିଥିଲା । ହଠାତ ଏହା ତରଳିବା ପରେ ସୁସୁ ଗର୍ଜନ କରି ପାଣି ମାଡ଼ି ଆସିଥିଲା ।

Also Read :- ପ୍ରେମିକା ପାଇଁ ଡ୍ରଗ୍ସ୍ ଇନ୍ସପେକ୍ଟର ପ୍ରଶ୍ନପତ୍ର ଲିକ୍ ! ଚାକିରି ପାଇଲା ପରେ ମିଳିଲା ଧୋକା, ଅଭିଯୋଗ କରିଦେଲା ବିଫଳ ପ୍ରେମିକ

ନେପାଳ ପର୍ଯ୍ୟଟନ ବିଭାଗ ଅନୁସାରେ ୧ ହଜାରରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଥିବାବେଳେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକ ରହିଛନ୍ତି । ଅଧିକାଂଶ ପର୍ଯ୍ୟଟକ କୈଳାସ ମାନସରୋବର ଯାତ୍ରା ପାଇଁ ସେଠାକୁ ଯାଇଥିଲେ। ୮୫ରୁ ଊର୍ଦ୍ଧ୍ୱ ସୁରକ୍ଷାକର୍ମୀ ବି ନିଖୋଜ ଅଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ନେପାଳରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଖୋଜ ଭାରତୀୟଙ୍କ ବାବଦରେ ତଥ୍ୟ ଦେବା ଲାଗି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ବନ୍ୟାଜଳ ଦ୍ରୁତଗତିରେ ନିମ୍ନ ଭାଗକୁ ପ୍ରବାହିତ ହେଉଥିବାରୁ ନେପାଳ ସୀମାବର୍ତ୍ତୀ ରାଜ୍ୟ ବିହାରରେ ସତର୍କତା ଜାରି କରାଯାଇଛି।

ପ୍ରଳୟ ପୂର୍ବରୁ ଭୂମିକମ୍ପ

ବୁଧବାର ସକାଳ ପ୍ରାୟ ୮ଟା ୨୦ରେ ଗୋସାଈକୁଣ୍ଡରୁ ପ୍ରାୟ ୪୭ କିମି ଉତ୍ତରରେ ତିବ୍ଦତୀୟ କ୍ଷେତ୍ରରେ ୪.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହି ଅଞ୍ଚଳ ଗ୍ୟରୋଙ୍ଗ କାଉଣ୍ଟିରେ ଅବସ୍ଥିତ। ଭୂକମ୍ପ ଯୋଗୁ ଦୁଇଟି ଗ୍ଲେସିୟରରେ ହିମସ୍ଖଳନ ହୋଇଥିବା କୁହାଯାଇଛି । ଚାପ ବଢ଼ିବା ପରେ ତ୍ରିଶୂଳୀ ଏବଂ ଭୋଟେକୋଶୀ ନଦୀରେ ଅଚାନକ ବନ୍ୟା ଆସିଯାଇଥିଲା।

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ଦେଖିବାକୁ ଗଲେ ବଲଗେରିଆର ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହୋଇଥିବା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ବହୁ ବର୍ଷ ପୂର୍ବରୁ ୨୦୨୬ ବାବଦରେ ଭବିଷ୍ୟବାଣୀ କରିଥିଲେ । ଯାହା ମଧ୍ୟରୁ ଅନେକ ସତ ହେଲାଣି । ୨୦୨୬ ପାଇଁ ସେ ଯୁଦ୍ଧ, ବିଶ୍ୱ ଅର୍ଥନୀତିରେ ପ୍ରତିକୂଳ ପ୍ରଭାବ ବାବଦରେ କହିଥିଲେ । ଯାହା ଇରାନ-ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଯୁଦ୍ଧରୁ ପ୍ରମାଣିତ ହୋଇସାରିଛି । ୨୦୨୬ରେ ବିଶ୍ୱ ଅର୍ଥନୀତିରେ ବଡ ସଙ୍କଟ ଆସିବ ବୋଲି ସେ କହିଥିଲେ । ହର୍ମୋଜ ବନ୍ଦ ହେଲା ପରେ ଏସିଆ ସମେତ ଅନେକ ମହାଦେଶରେ ତୈଳ ସଙ୍କଟ ଦେଖାଦେଇଥିଲା । ସେହିପରି ସେ ଏବର୍ଷ ପୃଥିବୀ ନାନା ପ୍ରାକୃତିକ ବିପଦର ସାମ୍ନା କରିବ ବୋଲି କହିଥିଲେ । ଯେଉଁଥିରେ ଶହଶହ ଲୋକେ ପ୍ରାଣ ହରାଇବେ ବୋଲି ଅନେକ ବର୍ଷ ପୂର୍ବରୁ ବାବା ଭେଙ୍ଗା କହିଥିଲେ । ତେବେ ନେପାଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ପରେ ଏହା ସତ ହୋଇଯାଇଛି ।



Source link

Leave A Reply

Your email address will not be published.