Voice of Eastern India

ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କ ମନ୍ଦିରକୁ ଘୋର ଅବହେଳା, ଭଙ୍ଗା ପଲଙ୍କରେ ଶୋଉଛନ୍ତି, ପିନ୍ଧୁଛନ୍ତି ଦଦରା କିରୀଟ


ପୁରୀ: ସାରା ଜଗତର ମାଲିକାଣୀଙ୍କ ପାଇଁ ଭଲ ପଲଙ୍କଟିଏ ନାହିଁ । ଭଙ୍ଗା ପଲଙ୍କରେ ଶୋଉଛପି ମହାଲକ୍ଷ୍ମୀ। ସିଂହାସନରେ ଅଧୁଖିତା ହୋଇ ସଦରା କିରୀଟ ଲାଗି ହେଉଛନ୍ତି। ପୁରୁଣା ତଥା ଭଙ୍ଗା ବିମାନକୁ ସେବକମାନେ ବାରବାର ମରାମତି କରି ଠାକୁରାଣୀଙ୍କୁ ପିନ୍ଧାଇଛନ୍ତି । ପ୍ରଶାସନ ଠାକୁରାଣୀଙ୍କ ଗଜଦନ୍ତ ପଲଙ୍କ ନେଇ କାଠ ପଲଙ୍କଟିଏ ଦେଇଥିଲା। ଏବେ ତାହା ପୁରୁଣା ହୋଇ ଭାଙ୍ଗିଗଲାଣି। କିଛି ବର୍ଷ ପୂର୍ବେ ଠାକୁରାଣୀଙ୍କ ଭଣ୍ଡାରରୁ ୮୦୦ ଗ୍ରାମ ସୁନା ନେଇଥିଲା ପ୍ରଶାସନ। ଗଜଦନ୍ତ ପଲଙ୍କ ମଧ୍ୟ ନେଇଯାଇଛି ।

ଠାକୁରାଣୀଙ୍କ ଭଙ୍ଗା କିରୀଟ ଓ ପଲଙ୍କର ସ୍ଥିତି ବାବଦରେ ବହୁବାର ଜଣାଯାଇଛି । ହେଲେ ମହାଲକ୍ଷ୍ମୀଙ୍କ ନୂତନ କିରୀଟ ଦେଇ ନାହିଁ ପ୍ରଶାସନ। ଏହିଭଳି ଶ୍ରୀମନ୍ଦିରରେ ଲକ୍ଷ୍ମୀଙ୍କ ମନ୍ଦିରକୁ ବର୍ଷ ବର୍ଷ ହେଲା ଘୋଳ ଅବହେଳା କରାଯାଉଥିବା ଖୋଦ ମା’ଙ୍କ ସେବକମାନେ ଅଭିଯୋଗ କରିଛନ୍ତି।

ଶ୍ରୀମନ୍ଦିର ଭିତରେ ଶ୍ରୀପୂର୍ଣ ଦେବସ୍ଥଳୀ ଶ୍ରୀହୀନ ଦେଖାଗଲା । ବଡ଼ଦେଉଳ ବାହାର ଚକଚକ କରି ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଅବହେଳିତ ସ୍ଥିତିରେ ମା’ଙ୍କ ମନ୍ଦିର ଛାଡ଼ିଦେଇଛି। ମନ୍ଦିରରେ ଥିବା ଅନେକ ମହତ୍ତ୍ୱପୂର୍ଣ ଚିତ୍ର ଜଳିଗଲାଣି ଯାହାର ଯଥେଷ୍ଟ ଆଧ୍ୟାତ୍ମିକ ମହତ୍ତ୍ବ ରହିଥିଲା । ଜଗମୋହନ ଜନ୍ମର ରକ୍ଷଣବେଷଣ ଅଭାବରୁ ଚିତ୍ର ଖରାପ ହୋଇଗଲାଣି । ପ୍ରତିଦିନ ହଜ୍ୟର ହଜାର କାନ୍ତ ମା’ଙ୍କ କୃପା ଲାଭ କରିବାକୁ ମନ୍ଦିରକୁ ଆସି ମହାଲକ୍ଷ୍ମୀଙ୍କୁ ଦର୍ଶନ କରୁଛନ୍ତି।

ମନ୍ଦିରରେ ପଡ଼ିଥିବା ମାର୍ବଲ ପଥର ବିଭିନ୍ନ ସ୍ଥାନରେ ଭାଙ୍ଗିବାରୁ ଖଣ୍ଡିଆ ପଥର ବାଜି ଶ୍ରଦ୍ଧାଳୁମାନେ କ୍ଷତାନ୍ତ ହେଉଛନ୍ତି । ଶ୍ରୀମନ୍ଦିର ପରିଚାଳନାନାରୀ ହୁଏତ ନିଜ ଦାୟିତ୍ଵ ସୁଚାଇବାକୁ ଏଭଳି ଅଭିଯୋଗକୁ ଗିଳି ଦେବେ। ଠାକୁରାଣୀଙ୍କ ପ୍ରତି ହେଉଥିବା ଅବହେଳା ସାଧାରଣରେ ମାନୁନାହାନ୍ତି। ହେଲେ ଠାକୁରାଣୀଙ୍କ ଦୈନନ୍ଦିନ ସେବା କରୁଥିବା ସେବକମାନେ ମା’ଙ୍କ ପ୍ରତି ହେଉଥିବା ଅଣଦେଖାକୁ କିପରି ସହିଯିବେ!



Source link

Leave A Reply

Your email address will not be published.