Voice of Eastern India

ଲଗାଣ ବର୍ଷାରେ ବଢ଼ିଲା ଜଳସ୍ତର, ଖୋଲିଲା କାଳ ଡ୍ୟାମ୍‌ର ୨ ଗେଟ୍ ; ତଳିଆ ଅଞ୍ଚଳରେ ଛନକା


ଉଦଳା ୧୩।୮: ଉପର ମୁଣ୍ଡରେ ଲଗାଣ ବର୍ଷା ପାଇଁ ଏବେ ତଳିଆ ଅଞ୍ଚଳ ପାଇଁ ବଢିଲା ବିପଦ । ମୟୁରଭଞ୍ଜ କାଳ ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ଯୋଗୁଁ ଏକକାଳୀନ ଖୋଲିଲା ଦୁଇଟି ଗେଟ୍ । କାଳ ଡ୍ୟାମ୍‌ର ଜଳଧାରଣ କ୍ଷମତା ୭୭.୭ ମିଟର ଥିବାବେଳେ ଲଗାଣ ବର୍ଷା ଯୋଗୁଁ ଡ୍ୟାମ୍‌ର ଜଳସ୍ତର ବିପଦ ସଂକେତ ଛୁଇଁଛି । ଯାହା ଫଳରେ ଏକକାଳୀନ ଦୁଇଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ଡ୍ୟାମ୍‌ର ଉଭୟ ଗେଟ୍ ଦେଢ଼ ମିଟର ଲେଖାଏଁ ଖୋଲା ଯାଇଥିବା ବେଳେ ଏବେ ଡ୍ୟାମ୍ ମଧ୍ୟକୁ ୨୧୫ କ୍ୟୁମେକ୍ସ ଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଥିବା ବେଳେ ୧୫୬ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି । ଏକକାଳୀନ ଦୁଇଟି ଗେଟ୍ ଖୋଲିଥିବାରୁ ଡ୍ୟାମ୍ରୁ ନିଷ୍କାସିତ ହେଉଥିବା ଜଳ ଯୋଗୁଁ ଅନେକ ନଦୀର ଜଳସ୍ତର ବଢିବା ଆରମ୍ଭ କରିଲାଣି । ଯାହାକି ତଳିଆ ଅଞ୍ଚଳ ପାଇଁ ବିପଦ ବଢାଇଛି ।

Also Read:- ଦୁଇ ନାବାଳକଙ୍କ ଜଘନ୍ୟ କାଣ୍ଡ, ହୋଟେଲରେ ନାବାଳିକାଙ୍କୁ ଦୁଷ୍କର୍ମ !

ତେବେ ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ଆଗାମୀ ସମୟରେ ଅଧିକ ଗେଟ୍ ଖୋଲିବାର ସମ୍ଭାବନା ରହିଛି । ଯାହା ପାଇଁ ତଳିଆ ଅଞ୍ଚଳ ବିଶେଷ ପ୍ରଭାବିତ ହେବା ସହିତ ସ୍ଥିତି ସଙ୍ଗୀନ ହେବାର ଆଶଙ୍କା ଦେଖାଦେଇଛି ।

Watch Video:

 



Source link

Leave A Reply

Your email address will not be published.