ମୁମ୍ବାଇ: ସ୍ମାର୍ଟଫୋନ୍, ଟିଭି, ଲାପଟପ୍ କିମ୍ବା ଘରୋଇ ଉପକରଣକୁ ଅପଗ୍ରେଡ୍ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ରିଲାଏନ୍ସ ଡିଜିଟାଲ ଆରମ୍ଭ କରିଛି ଡିଜିଟାଲ୍ ଇଣ୍ଡିଆ ସେଲ୍ କ୍ରେଜି ଅଫର୍ ବା ଡିସ୍କୋ ଅଫର ସେଲ୍ । ଅଗଷ୍ଟ ୧୬ ପର୍ଯ୍ୟନ୍ତ ଜାରି ରହିଥିବା ଏହି ସେଲରେ ପୁରୁଣା ସାମଗ୍ରୀ ଏକ୍ସଚେଞ୍ଜ ସହିତ କିଛି ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ୍, ବ୍ୟାଙ୍କ କାର୍ଡ, ପେପର ଫାଇନାନ୍ସ ଓ ୟୁପିଆଇ ମାଧ୍ୟମରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି, ଏବଂ ଅତିରିକ୍ତ ଏକ ବର୍ଷର ୱାରେଣ୍ଟି ଭଳି ଅଫର ପ୍ରଦାନ କରୁଛି । ଦ୍ୱିତୀୟ ଉତ୍ପାଦ କ୍ରୟ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତିର ଅଫର ମଧ୍ୟ ରହିଛି ।
ସ୍ମାର୍ଟଫୋନ ବର୍ଗରେ, ୪ଜି ମଡେଲଗୁଡ଼ିକ ୧୦,୯୯୯ ଟଙ୍କା ଏବଂ ୫ଜି ଫୋନଗୁଡ଼ିକ ୧୩,୯୯୯ ଟଙ୍କାରୁ ଆରମ୍ଭ ହେଉଛି । କିଛି ନିର୍ଦ୍ଦିଷ୍ଟ ସ୍ମାର୍ଟଫୋନଗୁଡ଼ିକ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ ଏବଂ ୩୦ ମାସ ପର୍ଯ୍ୟନ୍ତ ବିନା ମୂଲ୍ୟ ଇଏମଆଇ ବିକଳ୍ପ ଉପଲବ୍ଧ ରହିଛି । ଗ୍ରାହକମାନେ ଇୟରବଡ, ହେଡଫୋନ, ବ୍ଲୁଟୁଥ୍ ସ୍ପିକର ଏବଂ ଅନ୍ୟାନ୍ୟ ମୋବାଇଲ ଆସେସୋରିଜ୍ ପାଇଁ ୟୁପିଆଇ ପେମେଣ୍ଟ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇପାରିବେ ।
ଟିଭି ଏବଂ ଘରୋଇ ଉପକରଣ ମଧ୍ୟରେ ୬୫-ଇଞ୍ଚ ୪କେ ଯୁଏଚଡ଼ି ଗୁଗଲ୍ ଟିଭି ୩୯,୯୯୦ ଟଙ୍କାରୁ ଆରମ୍ଭ ହେଉଛି । ସାଇଡ୍-ବାଇ-ସାଇଡ୍ ରେଫ୍ରିଜରେଟର ମଧ୍ୟ ୩୯,୯୯୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ୱାଶର-ଡ୍ରାୟରର ମୂଲ୍ୟ ୫୫,୯୯୦ ଟଙ୍କାରୁ ଆରମ୍ଭ ହେଉଛି । ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର କ୍ରୟ ଉପରେ, ମାତ୍ର ୧୩,୯୦୦ ଟଙ୍କାରେ ୪୩,୯୦୦ ଟଙ୍କା ମୂଲ୍ୟର ଏକ ଡାଇସନ ବିଗ୍ ବଲ୍ ଭାକ୍ୟୁମ୍ କ୍ଲିନର୍ ମିଳିବାର ଅଫର ରହିଛି । ଲାପଟପ୍ ୩୯,୯୯୯ ଟଙ୍କାରୁ ଆରମ୍ଭ ହେଉଛି ଏବଂ ଏହା ସହିତ ତିନି ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟି ଓ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଲାଭ ପ୍ରଦାନ କରାଯାଉଛି । ଏହି ସେଲ୍ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ରିଲାଏନ୍ସ ଡିଜିଟାଲ ୱେବସାଇଟ ଏବଂ ମାଇଁଜିଓ ଷ୍ଟୋରରେ ଉପଲବ୍ଧ ରହିଛି ।
