Voice of Eastern India

ରାଜଧାନୀରେ କରିତ୍‌କର୍ମା ନଣନ୍ଦ- ଭାଉଜ, କାରାନାମା ଜାଣିଲେ ହୋଇଯିବେ ତାଜୁବ


ଭୁବନେଶ୍ବର: ନକଲି ସୁନା ଚେନ୍ ଦେଇ ଅସଲି ସୁନା ଠକେଇ ଅଭିଯୋଗ। ବନ୍ଧା ହେଲେ ନଣନ୍ଦ- ଭାଉଜ ଗ୍ୟାଙ୍ଗ। ଶୁକ୍ରବାର ଭୁବନେଶ୍ବର ରେଳ ଷ୍ଟେସନରୁ ମୁଖ୍ୟ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମାମଲାର ପର୍ଦ୍ଦାଫାଶ କରିଛି ଖାରବେଳେନଗର ଥାନା ପୋଲିସ। ମାମଲାରେ ପୂର୍ବରୁ ଅନ୍ୟ ଜଣେ ମହିଳାଙ୍କୁ ଗିରଫ କରିଥିଲା ପୋଲିସ।

ସୂଚନା ଅନୁସାରେ, ଏହି ଦୁଇ ମହିଳା ସମ୍ପର୍କରେ ନଣନ୍ଦ-ଭାଉଜ। ଏମାନେ ବିଭିନ୍ନ ସୁନା ଦୋକାନରେ ନକଲି ସୁନା ଦେଇ ଅସଲି ସୁନା ନେଉଥିଲେ। ନିକଟରେ ହୋଇଥିବା ଅଭିଯୋଗ ଆଧାରରେ ତଦନ୍ତ କରି ପୋଲିସ ଜାଣିବାକୁ ପାଇଥିଲା ଯେ, ୨୦୨୬ ଅଗଷ୍ଟ ୨୪ ତାରିଖ ସନ୍ଧ୍ୟାରେ ଦୁଇ ଜଣ ମହିଳା ଗ୍ରାହକ ବେଶରେ ସିଟି ଚନ୍ଦନ ଜୁଏଲର୍ସକୁ ଆସିଥିଲେ। ସେମାନେ ଜାଲ୍ ହଲମାର୍କ ଲାଗିଥିବା ପ୍ରାୟ ୨୨.୮୫୦ ଗ୍ରାମର ଏକ ନକଲି ସୁନା ଚେନ୍ ଦୋକାନରେ ଦେଇ ଏହା ବଦଳରେ ୨୨ କ୍ୟାରେଟର ଅସଲି ସୁନା ନେକଲେସ୍ ନେଇ ଫେରାର ହୋଇଯାଇଥିଲେ।

Also Read: ଆଉ ଚଳିବନି ମାଫିଆ ରାଜ୍, ଏଣିକି ସିଧା ଏନକାଉଣ୍ଟର.. STF-EOW ଆଇଜି ଭାବେ ଯୋଗଦେଲେ ହିମାଂଶୁ ଲାଲ

ପରେ ଚେନ୍‌ଟି ନକଲି ବୋଲି ଜାଣି ଦୋକାନୀ ଭୁବନେଶ୍ୱର ଜୁଏଲରୀ ଆସୋସିଏସନ୍‌କୁ ଜଣାଇଥିଲେ। ଯାହାପରେ ପୋଲିସକୁ ଖବର ଦିଆଯାଇଥିଲା। ଆଉ ତଦନ୍ତକ୍ରମେ ପୋଲିସ ସାଧନା ତିୱାରୀ ନାମକ ମହିଳାଙ୍କୁ ଅଗଷ୍ଟ ୨୫ ତାରିଖରେ ଅନ୍ୟ ଏକ ଜୁଏଲାରୀ ଦୋକାନରେ ସମାନ ଢଙ୍ଗରେ ଠକେଇ ଉଦ୍ୟମ କରୁଥିବା ବେଳେ ଧରାଥିଲା। ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଉ ଶୁକ୍ରବାର ମୁଖ୍ୟ ଅଭିଯୁକ୍ତ ଉତ୍ତରପ୍ରଦେଶ ବାରାଣସୀ ଅଞ୍ଚଳର ଲକ୍ଷ୍ମୀ ତିୱାରୀଙ୍କୁ ରେଳ ଷ୍ଟେସନ ନିକଟରୁ ଗିରଫ କରିଛି। ତାଙ୍କ ଠାରୁ ଆଇଫୋନ୍ ଓ ସୁନା ବ୍ରେସଲେଟ୍ ଜବତ ହୋଇଛି। ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।



Source link

Leave A Reply

Your email address will not be published.