Voice of Eastern India

କଷ୍ଟକର ସିନ୍‌ ଶୁଟିଂ ପୂର୍ବରୁ ହୃଦଘାତର ଶିକାର ହୋଇଥିଲେ ଅଭିନେତା, ନିର୍ଦ୍ଦେଶକଙ୍କ ବଡ଼ ଖୁଲାସା


ମୁମ୍ବାଇ: ଏ​‌ବେ ଓଟିଟି ପ୍ଲାଫର୍ମରେ ରିଲିଜ୍‌ ହୋଇଥିବା ଓ୍ବେବ ସିରିଜ୍‌  ‘Hunkkaar: The Roar’ ବେଶ୍‌ ଚର୍ଚ୍ଚା ସାଉଁଟିଛି । ଏଥିରେ ବଳିଷ୍ଠ ଅଭିନୟ ଲାଗି ଅଭିନେତା ରଘୁବୀର ଯାଦବଙ୍କୁ ପ୍ରଶଂସାର ସୁଅ ଛୁଟିଛି । କିନ୍ତୁ ଏହି ଓ୍ବେବ ସିରିଜ୍‌ର ଶୁଟିଂ ସମୟରେ ବଡ଼ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ ରଘୁବୀର । ଏନେଇ ସିରିଜ୍‌ର ନିର୍ଦ୍ଦେଶକ କରନ କାପାଡିଆ ବଡ଼ ଖୁଲାସା କରିଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ସିନ୍‌ର ଶୁଟିଂ ପୂର୍ବରୁ ରଘୁବୀର ଯାଦବ ହୃଦଘାତର ଶିକାର ହୋଇଥିଲେ ବୋଲି କହିଛନ୍ତି କରନ ।

ସିରିଜ୍‌ର ନିର୍ଦ୍ଦେଶକ କରନ କାପାଡିଆ ଏବଂ ଅଭିନେତା ରଘୁବୀର ଯାଦବ ଏକ ସ୍ୱତନ୍ତ୍ର ‘ସିନ୍ ବ୍ରେକଡାଉନ୍’ ଆଲୋଚନା ଆୟୋଜନ କରିଥିଲେ ।  ସେଥିରେ ସେମାନେ ସିରିଜ୍‌ର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଦର୍ଶକଙ୍କ ସହ ଶେୟାର କରିଥିଲେ। ଏହି ଆଲୋଚନା ସମୟରେ ନିର୍ଦ୍ଦେଶକ କରନ, ରଘୁବୀର ସମ୍ମୁଖୀନ ହୋଇଥିବା କଠିନ ପରିସ୍ଥିତି ସଂପର୍କରେ କହିଥିଲେ । 

କରନ କାପାଡିଆ କହିଥିଲେ ଯେ, ସିରିଜ୍‌ର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ‘ସାକ୍ଷ୍ୟ ପ୍ରଦାନ’ ସିନ୍ ଶୁଟ୍ ହେବାର ଥିଲା। ମାତ୍ର ତାହାର ଠିକ୍ ପୂର୍ବ ରାତିରେ ରଘୁବୀର ଯାଦବ ହୃଦଘାତର ଶିକାର ହୋଇଥିଲେ। ଏହି ଗମ୍ଭୀର ଘଟଣାକୁ  ରଘୁବୀର ମଜାଳିଆ ଅନ୍ଦାଜରେ କହିଥିଲେ ଯେ, ସେହି ସିନ୍‌ଟି ଏତେ ଗମ୍ଭୀର ଏବଂ କଠିନ ଥିଲା ଯେ, ମୋତେ ଅଭିନୟ କରିବା ଅପେକ୍ଷା ହୃଦଘାତ ଅଧିକ ପସନ୍ଦ ଆସିଥିଲା । ତେବେ ‘ହୁଙ୍କାର – ଦି ରୋର୍’ ସିରିଜ୍‌ଟି କ୍ଷମତା, ଅନ୍ଧବିଶ୍ୱାସ, ଧର୍ମ ଏବଂ ସାମାଜିକ ପ୍ରଭାବ ଉପରେ ଆଧାରିତ। 


 



Source link

Leave A Reply

Your email address will not be published.