ରମାଦେବୀ ମହିଳା ବିଶ୍ବବଦ୍ୟାଳୟରେ ଗଣ୍ଡଗୋଳ ଘଟଣା, ୧୨ ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନେଇ କୁଳପତିଙ୍କ ସୂଚନା
ଭୁବନେଶ୍ବର: ବ୍ୟାନର କଢ଼ିବାକୁ ନେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କୁଳପତି । ଘଟଣାରେ ଅଣଛାତ୍ରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କୁଳପତି ଜ୍ୟୋସ୍ନା କେ. ବି. ରାଉତ।
କୁଳପତିଙ୍କ ସୂଚନା ଅନୁସାରେ, ଦୁଇଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା। ଯାହାର ସମାଧାନ କରାଯାଇଥିଲା। ମାତ୍ର ଅପରାହ୍ଣରେ ବଳପୂର୍ବକ ଭାବେ ଜଣେ ବ୍ୟକ୍ତି ଭିସିଙ୍କୁ ଦେଖା କରିବାକୁ କହି ୧୨ ଜଣ ଅଣଛାତ୍ର ପ୍ରବେଶ କରିଥିଲେ। ମନା କରିବା ସତ୍ତ୍ବେ ସୁରକ୍ଷା କର୍ମୀଙ୍କୁ ନମାନି ଜୋର୍ ଜବରଦସ୍ତ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରିଥିଲେ । ଏହାସହ କୁଳପତିଙ୍କ ଅଫିସ ଆଗରେ ଗଣ୍ଡଗୋଳ କରିବା ସହ ଅସଭ୍ୟ ଭାଷାର ବ୍ୟବହାର କରିଥିଲେ। ବାରଣ କରିବା ପରେ ମଧ୍ୟ ସେମାନେ ଏହାକୁ ମାନିନଥିଲେ। ଏହା କିଛି ସମୟ ପାଇଁ ବିଶ୍ୱବିଦ୍ୟାଳୟରେ ଅଶାନ୍ତ ପରିବେଶ ସୃଷ୍ଟି କରିଥିଲା।
Also Read: ବ୍ୟାନର କଢାରୁ ମୁହାଁମୁହିଁ, ଅଣ ଛାତ୍ର ପ୍ରବେଶକୁ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା
ଘଟଣାକୁ ନିନ୍ଦା କରି କୁଳପତି କହିଛନ୍ତି, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଘଟଣାକୁ ଗୁରୁତ୍ବର ସହ ନେଇଛି। ବର୍ତ୍ତମାନ ଏହି ଘଟଣାକୁ ନେଇ ଅନ୍ତରୀଣ ସ୍ତରରେ ବୈଠକ ହୋଇଛି।ପୋଲିସକୁ ଲିଖିତ ଅଭିଯୋଗ କରାଯିବ। ସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ଆୟତ୍ତରେ ରହିଛି ବୋଲି କହିଛନ୍ତି କୁଳପତି।
