Voice of Eastern India

ମିଥୁନ ରାଶିର ବ୍ୟକ୍ତିଙ୍କ କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ, ଅନ୍ୟ କଥାରେ ପଡ଼ି ନିଷ୍ପତ୍ତି ବଦଳାନ୍ତୁ ନାହିଁ


ମେଷ – ଆଜି କାମରେ ମନ ଦେଲେ ଭଲ ଫଳ ମିଳିପାରେ । ଅଟକି ରହିଥିବା କିଛି କାମ ଆଗକୁ ବଢ଼ିବାର ରାସ୍ତା ମିଳିପାରେ । ଟଙ୍କା ଧାର ଦେବା କିମ୍ବା ନୂଆ ନିବେଶ କରିବା ପୂର୍ବରୁ ଭଲ ଭାବେ ଭାବନ୍ତୁ । ଘରେ କଥା କହିବା ବେଳେ ରାଗ କରନ୍ତୁ ନାହିଁ ।

ବୃଷ – ଆଜି ଆୟ ବଢ଼ାଇବା ପାଇଁ କିଛି ନୂଆ ଉପାୟ ମନକୁ ଆସିପାରେ । ବ୍ୟବସାୟରେ ଗ୍ରାହକଙ୍କ ସହ ଭଲ ବୁଝାମଣା ରହିବ । ହେଲେ ଅଧିକ ଲାଭ ଆଶାରେ ତରବର ହୋଇ ଟଙ୍କା ଲଗାନ୍ତୁ ନାହିଁ । ପରିବାରରେ ଛୋଟ କଥାକୁ ନେଇ ମତଭେଦ ହେଲେ ଶାନ୍ତ ଭାବେ ସମାଧାନ କରନ୍ତୁ ।

ମିଥୁନ – ଆଜି କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ । ଅନ୍ୟମାନଙ୍କ କଥାରେ ପଡ଼ି ନିଜ ନିଷ୍ପତ୍ତି ବଦଳାନ୍ତୁ ନାହିଁ । ଆର୍ଥିକ ଦିଗରେ ଆୟ ଓ ଖର୍ଚ୍ଚ ମଧ୍ୟରେ ସମନ୍ୱୟ ରଖିବା ଦରକାର । ପୁରୁଣା ବନ୍ଧୁଙ୍କ ସହ କଥା ହେଲେ ମନ ହାଲୁକା ହୋଇପାରେ । ନିଜ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ ।

କର୍କଟ – ଆଜି ମନରେ ଅନେକ କଥା ଚାଲିପାରେ, ତେଣୁ ନିଷ୍ପତ୍ତି ନେବାରେ ଟିକେ ସମୟ ନିଅନ୍ତୁ । ଚାକିରିରେ ନିଜ କାମ ଠିକ୍ ଭାବେ କରନ୍ତୁ, ଅନ୍ୟର ଦାୟିତ୍ୱ ନିଜ ଉପରକୁ ନିଅନ୍ତୁ ନାହିଁ । ଘରର କୌଣସି ଖର୍ଚ୍ଚ ଚିନ୍ତା ବଢ଼ାଇପାରେ । ଜୀବନ ସାଥୀଙ୍କ ସହ ମନ ଖୋଲି କଥା ହୁଅନ୍ତୁ । ଅଧା ରହିଥିବା କାମ ସାରିବାକୁ ଚେଷ୍ଟା କରନ୍ତୁ ।

ସିଂହ – ଆଜି ନିଜ କ୍ଷମତା ଦେଖାଇବାର ସୁଯୋଗ ମିଳିପାରେ, ହେଲେ ଅତି ଆତ୍ମବିଶ୍ୱାସରେ ଭୁଲ କରନ୍ତୁ ନାହିଁ । ଅଫିସରେ ଉଚ୍ଚ ଅଧିକାରୀଙ୍କ ସହ କଥା ହେବାବେଳେ ନିଜ କଥା ସ୍ପଷ୍ଟ ଭାବେ ରଖନ୍ତୁ । ଅଚାନକ ଖର୍ଚ୍ଚ ଆସିପାରେ, ତେଣୁ ଅଯଥା କିଣାକିଣି ବନ୍ଦ କରନ୍ତୁ । ପରିବାରରେ ଆପଣଙ୍କ ପରାମର୍ଶର ମୂଲ୍ୟ ରହିବ । ରାଗରେ କାହାକୁ କଠୋର କଥା କହନ୍ତୁ ନାହିଁ ।

କନ୍ୟା – ଆଜି କାମରେ ଧୈର୍ଯ୍ୟ ରଖିଲେ ଅଧିକ ଲାଭ ମିଳିବ । ଆର୍ଥିକ କାରବାରରେ ପୁରୁଣା ହିସାବ ଯାଞ୍ଚ କରିନିଅନ୍ତୁ । ସହକର୍ମୀଙ୍କ ସହ ମତଭେଦ ହେଲେ ଯୁକ୍ତିରେ କଥା ହୁଅନ୍ତୁ, ଝଗଡ଼ା କରନ୍ତୁ ନାହିଁ । ପରିବାରର କୌଣସି ସଦସ୍ୟଙ୍କୁ ଆପଣଙ୍କ ସାହାଯ୍ୟ ଦରକାର ପଡ଼ିପାରେ । ଖାଇବା ଓ ଶୋଇବା ସମୟ ଠିକ୍ ରଖନ୍ତୁ ।

ତୁଳା – ଚନ୍ଦ୍ର ଆପଣଙ୍କ ରାଶିରେ ଥିବାରୁ ନିଜ କଥା ଓ ନିଜ ନିଷ୍ପତ୍ତି ଉପରେ ଅଧିକ ଧ୍ୟାନ ରହିପାରେ । କିନ୍ତୁ ସବୁ କଥା ନିଜ ମନ ମୁତାବକ ହେବ ବୋଲି ଆଶା କରନ୍ତୁ ନାହିଁ । ବ୍ୟବସାୟରେ ନୂଆ ଲୋକଙ୍କ ସହ ପରିଚୟ ହୋଇପାରେ । ସମ୍ପର୍କରେ ଭୁଲ ବୁଝାମଣା ହେଲେ ସିଧାସଳଖ କଥା ହୋଇ ସମାଧାନ କରନ୍ତୁ ।

ବିଛା – ଆଜି କିଛି କାମ ଆପଣଙ୍କ ଯୋଜନା ଅନୁସାରେ ନ ହୋଇପାରେ । ସେଥିପାଇଁ ହତାଶ ନ ହୋଇ ଗୋଟିଏ ପରେ ଗୋଟିଏ କାମ ସାରନ୍ତୁ । ଆର୍ଥିକ ଦିଗରେ ଅନାବଶ୍ୟକ ଖର୍ଚ୍ଚ ଉପରେ ନଜର ରଖନ୍ତୁ । ଗୁପ୍ତ କଥା ଅନ୍ୟ ଲୋକଙ୍କ ଆଗରେ କହିବା ପୂର୍ବରୁ ଭାବନ୍ତୁ । ଘରେ ଶାନ୍ତ ପରିବେଶ ରଖିବାକୁ ଚେଷ୍ଟା କରନ୍ତୁ ।

ଧନୁ – ଆଜି ବନ୍ଧୁ କିମ୍ବା ପରିଚିତଙ୍କ ମାଧ୍ୟମରେ କାମର କିଛି ନୂଆ ସୁଯୋଗ ମିଳିପାରେ । ଚାକିରି ବଦଳାଇବା କିମ୍ବା ନୂଆ ବ୍ୟବସାୟ ଆରମ୍ଭ କରିବା କଥା ଭାବୁଥିଲେ ଆଗେ ଭଲ ଭାବେ ଯୋଜନା କରନ୍ତୁ । ଟଙ୍କା ଧାର ନେବା କିମ୍ବା ଦେବାରେ ସାବଧାନ ରୁହନ୍ତୁ । ପିଲାମାନଙ୍କ ପଢ଼ା କିମ୍ବା ପରିବାରର କୌଣସି କଥାରେ ସମୟ ଦେବାକୁ ପଡ଼ିପାରେ ।

ମକର – ଆଜି କାର୍ଯ୍ୟକ୍ଷେତ୍ରରେ ଧୀରେ ହେଲେ ମଧ୍ୟ ଆଗକୁ ବଢ଼ିବାର ସୁଯୋଗ ରହିବ । ଅଧିକ ଦାୟିତ୍ୱ ମିଳିଲେ ତାହାକୁ ଏଡ଼ାଇ ନ ଯାଇ ଯୋଜନା କରି କାମ କରନ୍ତୁ । ଘର କିମ୍ବା ଗାଡ଼ି ସମ୍ବନ୍ଧୀୟ ଖର୍ଚ୍ଚ ଭାବୁଥିଲେ ନିଜ ସାମର୍ଥ୍ୟ ଅନୁସାରେ ନିଷ୍ପତ୍ତି ନିଅନ୍ତୁ । ପରିବାରର ବୟସ୍କଙ୍କ ପରାମର୍ଶ ଉପକାରୀ ହୋଇପାରେ ।

କୁମ୍ଭ – ଆଜି ନୂଆ କିଛି ଶିଖିବା କିମ୍ବା ନୂଆ ଯୋଜନା କରିବାର ଇଚ୍ଛା ହୋଇପାରେ । ଦୂର ସ୍ଥାନରେ ଥିବା ଲୋକଙ୍କ ସହ କଥାବାର୍ତ୍ତାରୁ କାମର ସୁଯୋଗ ମିଳିପାରେ । ତେବେ କୌଣସି ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରନ୍ତୁ ନାହିଁ । ଅର୍ଥ ଖର୍ଚ୍ଚ କରିବା ପୂର୍ବରୁ ଆବଶ୍ୟକତା ଦେଖନ୍ତୁ । ବନ୍ଧୁଙ୍କ ସହ କଥା ହେବାବେଳେ ପୁରୁଣା ଅଭିମାନକୁ ମଝିରେ ଆଣନ୍ତୁ ନାହିଁ ।

ମୀନ – ଆଜି ମନରେ କିଛି ଚିନ୍ତା ଥିଲେ ମଧ୍ୟ ତାହାକୁ ନେଇ ତରବର ନିଷ୍ପତ୍ତି ନିଅନ୍ତୁ ନାହିଁ । ଟଙ୍କା ନେଣଦେଣ, ଋଣ କିମ୍ବା ନିବେଶ ସମ୍ବନ୍ଧୀୟ କଥାରେ କାଗଜପତ୍ର ଭଲ ଭାବେ ଯାଞ୍ଚ କରନ୍ତୁ । ଅଫିସରେ ଅନ୍ୟମାନଙ୍କ କାମରେ ଅଧିକ ମୁଣ୍ଡ ପୂରାନ୍ତୁ ନାହିଁ । ଘରେ ନିଜ ମନର କଥା କହିଲେ ଭୁଲ ବୁଝାମଣା କମିପାରେ ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682



Source link

Leave A Reply

Your email address will not be published.