ମୁମ୍ବାଇ : ସାଧରଣତଃ ବଲିଉଡ ସେଲିବ୍ରେଟିମାନେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଲାଇମଲାଇଟରେ ରହିଥାନ୍ତି । ଅନେକ ସମୟରେ ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ବିବାଦୀୟ ଖବର ସାମ୍ନାକୁ ଆସିଛି । ସେହିଭଳି ବର୍ତ୍ତମାନ ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ଚର୍ଚ୍ଚାରେ ଅହିଛି । ମଲାଇକା ଅରୋରାଙ୍କ ସହ ସମ୍ପର୍କକୁ ନେଇ ଦୀର୍ଘ ଦିନ ଧରି ଖବରରେ ଥିବା ଅର୍ଜୁନଙ୍କ ନାମ ଏବେ ଅଭିନେତ୍ରୀ ଓ କଣ୍ଟେଣ୍ଟ କ୍ରିଏଟର ସାହିବା ବାଲିଙ୍କ ସହ ଯୋଡ଼ାଯାଉଛି। ଦୁହିଁଜଣଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଡେଟିଂ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଭାଇରାଲ୍ ଫଟୋ ପଛରେ କେତେ ରହିଛି ସତ୍ୟତା ?
ବଲିଉଡରେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ହେବା କିଛି ନୂଆ କଥା ନୁହେଁ। ଏହି ଲିଷ୍ଟରେ ଅର୍ଜୁନ କପୁରଙ୍କ ନାଁ ଆଗରେ ଆସୁଛି । ପ୍ରଥମେ ସଲମାନଙ୍କ ଭାଉଜ ମଲାଇକା ଅରୋରାଙ୍କୁ ଡେଟ କରୁଥିବା ବେଳେ ଏବେ ଜଣେ କଣ୍ଟେଣ୍ଟ କ୍ରିଏଟରଙ୍କ ପ୍ରେମରେ ବାୟା ଅର୍ଜୁନ । ତାଙ୍କ ନାମ ସୋସିଆଲ୍ ମିଡିଆରେ ସାହିବା ବାଲିଙ୍କ ସହ ଯୋଡାଯାଉଛି । ନିକଟରେ ସୋସିଆଲ ମିଡିଆରେ ଏକ ଫଟୋରେ ଅର୍ଜୁନ କପୁର ଓ ସାହିବା ବାଲିଙ୍କୁ ଏକାଠି ଦେଖିବାକୁ ମିଳିଛି । ଫଟୋଟି ଭାଇରାଲ୍ ହେବା ପରେ ଅନେକ ସୋସିଆଲ୍ ମିଡିଆ ୟୁଜର୍ସ ଦୁହିଁଜଣଙ୍କ ମଧ୍ୟରେ ଡେଟିଂ ଚାଲିଥିବା ନେଇ ଅନୁମାନ କରୁଛନ୍ତି।
ତେବେ ଏପର୍ଯ୍ୟନ୍ତ ଅର୍ଜୁନ କପୁର କିମ୍ବା ସାହିବା ବାଲିଙ୍କ ପକ୍ଷରୁ ଏହି ଚର୍ଚ୍ଚାକୁ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ। ତେଣୁ ଦୁହିଁଜଣ ରିଲେସନ୍ସିପ୍ରେ ଥିବା ନେଇ କୌଣସି ସ୍ପଷ୍ଟ ଖବର ମିଳିନି । ପୂର୍ବରୁ ମଧ୍ୟ ଅର୍ଜୁନ କପୁରଙ୍କ ବ୍ୟକ୍ତିଗତ ଜୀବନ ବହୁଥର ସାମ୍ନାକୁ ଆସିଛି । ମଲାଇକା ଅରୋରାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଦୀର୍ଘ ସମୟ ଧରି ଖବର ଆସୁଥିଲା। ଏବେ ଏହି ନୂଆ ଫଟୋ ସାମ୍ନାକୁ ଆସିବା ପରେ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା ବଢ଼ିଛି।
