କୋଲକାତା: ମମତାଙ୍କ ବିଶ୍ୱସ୍ତ କୁହାଯାଉଥିବା କଲ୍ୟାଣ ବାନାର୍ଜୀ ବି ଶେଷରେ ମମତାଙ୍କୁ ଧମକାଇଲେ। ରୋକ ଠୋକ ଶୁଣାଇ ଦେଇ, କହିଲେ- ଅଭିଷେକ ବାନାର୍ଜୀଙ୍କୁ ବାଛ ନହେଲେ ଆମକୁ ବାଛ। ଅଭିଷେକ ବାନାର୍ଜୀ ତାଙ୍କୁ ଅପମାନ କରିଥିବା ଅଭିଯୋଗ କରି ଏପରି କହିଛନ୍ତି କଲ୍ୟାଣ ବାନାର୍ଜୀ।
ଚାଲିଥିବା ସିଗନେଚର ଫର୍ଜୁରି କେସ୍ ଓ ଏହା ସହ ଜଡ଼ିତ ସିଆଇଡି ତଦନ୍ତ କେସର ୧୧ ଘଣ୍ଟା ମଧ୍ୟରେ ଅଭିଷେକ କଲ୍ୟାଣ ବାନାର୍ଜୀଙ୍କୁ ତାଙ୍କ ଓକିଲ ଭାବେ ହଟାଇ ଦେଇଛନ୍ତି। ଏହା ତାଙ୍କ ପାଇଁ ଏକ ଅପମାନ ବୋଲି କଲ୍ୟାଣ ବାନାର୍ଜୀ ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁସାରେ ୧୯ ଜଣ ଟିଏମ୍ସି ସାଂସଦ ବର୍ତ୍ତମାନ ମମତାଙ୍କ ବିରୁଦ୍ଧରେ ଥିବା କଲ୍ୟାଣ ବାନାର୍ଜୀ ଥିଲେ ମମତାଙ୍କ ସପକ୍ଷରେ। ହେଲେ ସେ ହିଁ ମମତାଙ୍କୁ ଅଲଟିମେଟମ ଦେଇଛନ୍ତି। ଅଭିଷେକ ଓ ଆମମାନଙ୍କ ମଧ୍ୟରେ ଯାହାକୁ ହେଲେ ଜଣଙ୍କୁ ବାଛିବାକୁ ପଡ଼ିବ ବୋଲି କଲ୍ୟାଣ ବାନାର୍ଜୀ କହିଛନ୍ତି।
