Voice of Eastern India

ଭାରତ ବଢାଉଛି ପରମାଣୁ ଶକ୍ତି : ରହିଛି ଏତେ ଆଣବିକ ଅସ୍ତ୍ର, ଆଗକୁ ପାକିସ୍ତାନ ସହ ହେବ କି ଯୁଦ୍ଧ ?


ନୂଆଦିଲ୍ଲୀ, ୦୫/୧୦ :ପରମାଣୁ ଅସ୍ତ୍ର ପ୍ରଥମେ ବ୍ୟବହାର ନ କରିବା ନୀତି (ମୋ ଫାଷ୍ଟ ୟୁନ୍) ଭାରତ ବଜାୟ ରଖିଥିଲେ ହେଁ ଭାରତ ସରକାର ପରମାଣୁ ଅସ୍ତ୍ର ପ୍ରୟୋଗ କରିବାର କ୍ଷମତା ରଖୁଥିବା ପ୍ରଣାଳୀଗୁଡ଼ିକର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ଜାରି ରଖିଛନ୍ତି। ଏ ନେଇ‘ବୁଲେଟିନ୍ ଅଫ୍ ଦ ଆଟମିକ୍ ସାଇଣ୍ଟିଷ୍ଟ‘ଦ୍ଵାରା ପ୍ରକାଶିତ ଏକ ରିପୋର୍ଟରେ ଦାବି କରିଛି।

ବିଦେଶୀ ବୈଜ୍ଞାନିକମାନଙ୍କ ଏକ ଆକଳନ ଅନୁଯୟୀ ଭାରତ ପାଖରେ ପ୍ରାୟ ୧୯୦ଟି ପରମାଣୁ ବୋମା ରହିଛି। ଏଥିସହ ଭାରତ ପାଖରେ କେବଳ ଶକ୍ତିଶାଳୀ ପରମାଣୁ ଏବଂ ହାଇଡ୍ରୋଜେନ୍ ବୋମା ନାହିଁ,ବରଂ ଶତ୍ରୁ ଉପରେ କଡ଼ା ପ୍ରହାର କରିବା ପାଇଁ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟ ରହିଛି। ଏହି ରିପୋର୍ଟ ଅନୁସାରେ,ଭାରତ ଏହି ବିମାନ,ଭୂ-ଭିଭିକ କ୍ଷେପଣାସ୍ତ୍ର ଓ ସମୁଦ୍ର-ଭିଭିକ ପ୍ରଣାଳୀର ଏକ ବିବିଧ ମିଶ୍ରଣ ପ୍ରସ୍ତୁତ କରୁଛି। ଯାହା ମିଳିତ ଭାବେ ଜଳ,ସ୍ଥଳ ଏବଂ ଆକାଶ ମାର୍ଗରୁ ଆକ୍ରମଣ କ୍ଷମତା ବୃଦ୍ଧି କରିହେବ। ତେବେ ଭାରତ ଏହାର ପରମାଣୁ ଭଣ୍ଡାର ବାବଦ ତଥ୍ୟ ବେଶ୍ ଗୋପନୀୟ ରଖିଥିବାରୁ ଏହାର ସଠିକ୍ ମୂଲ୍ୟାଙ୍କନ କଷ୍ଟକର। ସାର୍ବଜନୀନ ଭାବେ ଉପଲବ୍ଧ ତଥ୍ୟରୁ ଉପରୋକ୍ତ ଆକଳନ କରାଯାଇଛି।

Also Read :-ଓଡ଼ିଶାରେ ତିନି ବର୍ଷ ଯାଏଁ ଖୋଲିବନି ନୂଆ ମଦ ଦୋକାନ : ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରିପୋର୍ଟରେ କୁହାଯାଇଛି,ଭାରତ ପାଖରେ ଏବେ ଦୁଇ ପ୍ରକାରର ବିମାନ ରହିଛି,ଯାହା କି ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ। ଫ୍ରାନ୍ସରୁ ଅଣାଯାଇଥିବା‘ମିରାଜ୍ ୨୦୦୦‘ଲଢୁଆ ବିମାନ ଭାରତର ଏକ ପ୍ରମୁଖ ପରମାଣୁ ଆକ୍ରମଣକରୀ ବିମାନIବ୍ରିଟେନ୍ ଏବଂ ଫ୍ରାନ୍ସ ଦ୍ୱାରା ମିଳିତ ଭାବେ ନିର୍ମିତ‘ଜାଗୁଆର’ବିମାନର ମଧ୍ୟ ପରମାଣୁ ଆକ୍ରମଣ କ୍ଷମତା ରହିଛି। ପୁରୁଣା ଜାଗୁଆର ବିମାନଗୁଡ଼ିକ ସେନାରୁ ହଟିଲେ ଫ୍ରାନ୍ସରୁ କିଣାଯାଇଥିବା ରାଫେଲ ଯୁଦ୍ଧ ଲଢୁଆ ବିମାନ ଭବିଷ୍ୟତରେ ଏହି ଭୂମିକା ଗ୍ରହଣ କରିପାରେ।

ଭାରତର ପ୍ରତିରକ୍ଷା ବ୍ୟବସ୍ଥାର ମେରୁଦଣ୍ଡ ହେଉଛି‘ଅଗ୍ନି’କ୍ଷେପଣାସ୍ତ୍ର ଶ୍ରେଣୀ । ଯାହା ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ହୋଇଛି। ଦଶନ୍ଧି ଧରି ଚାଲିଆସିଥିବା ରଣନୈତିକ ମେଣ୍ଟ ଏବଂ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତରରୁ ଲାଭ ଉଠାଇଥିବା ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ଅନେକ କ୍ଷେପଣାସ୍ତ୍ର ପ୍ରଯୁକ୍ତିରେ ପାରଦର୍ଶିତା ହାସଲ କରିପାରିଛି। ଏହାଦ୍ଵାରା ଭାରତରେ ଦୂରଗାମୀ‘ପୃଥ୍ବୀ’ଓ‘ଅଗ୍ନି-୧‘ଠାରୁ ଆରମ୍ଭ କରି ଶକ୍ତିଶାଳୀ‘ଅଗ୍ନି-୫’ଭଳି ବିଭିନ୍ନ କ୍ଷେପଣାସ୍ତ୍ରର ବିକାଶ ହୋଇପାରିଛି। ରିପୋର୍ଟରେ ୬ଟି କାର୍ଯ୍ୟକ୍ଷମ ପରମାଣୁ-ସକ୍ଷମ ବାଲିଷ୍ଟିକ୍ ମିସାଇଲ୍ ପ୍ରଣାଳୀ କଥା ମଧ୍ୟ କୁହାଯାଇଛି। ସେଗୁଡ଼ିକ ହେଲା ପୃଥ୍ବୀ-୨,ଅଗ୍ନି-୧,ଅଗ୍ନି-୨,ଅଗ୍ନି-୩,ଅଗ୍ନି-୪ ଏବଂ ଅଗ୍ନି-୫ । ଅନ୍ୟ ଏକ କ୍ଷେପଣାସ୍ତ୍ର‘ଅଗ୍ନି ପ୍ରଇମ୍’ବା‘ଅଗ୍ନି-ପି’ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ ମୁତୟନର ନିକଟତର ଅଛି।

ରିପାର୍ଟରେ ଦର୍ଶାଯାଇଥିବା ସାର୍ବଜନୀନ ଆକଳନ ଅନୁସାରେ,ଅଗ୍ନି-୧ର ରେଞ୍ଜ ପ୍ରାୟ ୭୦୦ କିମି ହୋଇଥିବା ବେଳେ ଅଗ୍ନି-୨ର ୨,୦୦୦ କିମିରୁ ଅଧିକ,ଅଗ୍ନି-୩ର ୩,୨୦୦ କିମି,ଅଗ୍ନି-୪ର ୩,୫୦୦ କିମି ଏବଂ ଅଗ୍ନି-୫ର ରେଞ୍ଜ୍ ପ୍ରାୟ ୬,୦୦୦ କିମି ।

ଅଗ୍ନି-୫ର ଦୂରଗାମୀ କ୍ଷମତା ଯୋଗୁ ଏହାକୁ ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳରୁ ଦୂରରେ ତଥା ଭାରତର ବହୁ ଆଭ୍ୟନ୍ତରୀଣ ଅଞ୍ଚଳରେ ମୁତୟନ କରାଯାଇପାରିବ। ରିପୋର୍ଟରେ କୁହାଯାଇଛି,ଭାରତ ଏହାର କ୍ଷେପଣାସ୍ତ୍ର କ୍ଷମତାକୁ ଦିନକୁ ଦିନ ଅଧିକ ଉନ୍ନତ ଏବଂ ଆଧୁନିକ କରିଚାଲିଛି। ସେହିପରି ସମୁଦ୍ର ମାର୍ଗରେ ଭାରତର ପ୍ରତିରକ୍ଷା କ୍ଷମତା ମଧ୍ୟ ମଜଭୁତ ହୋଇଛି। ଭାରତ ପାଖରେ କେବଳ ପରମାଣୁ ଅସ୍ତ୍ର ନାହିଁ,ବରଂ ଏକ ଶକ୍ତିଶାଳୀ ତଥା ଅତ୍ୟାଧୁନିକ ମିସାଇଲ ଆକ୍ରମଣ ପ୍ରଣାଳୀ ରହିଛି ଏବଂ ଭାରତ ଏହାକୁ ଦିନକୁ ଦିନ ଅଧୂକ ଅତ୍ୟାଧୁନିକ କରିବାରେ ଲାଗିଛି ।



Source link

Leave A Reply

Your email address will not be published.