Voice of Eastern India

ଭାରତକୁ ଦେଖି ଆମେରିକା ଶିଖୁ ! ଫେଡେରାଲ୍ ରିଜର୍ଭ ଉପରେ ବର୍ଷିଲେ ଟ୍ରମ୍ପ


ନୂଆଦିଲ୍ଲୀ: ଭାରତକୁ ପ୍ରଶଂସା କଲା ଆମେରିକା। ନୂଆଦିଲ୍ଲୀ ମଡେଲକୁ ଆପଣାଇବ ଓ୍ୱାଶିଂଟନ୍‌। ଭାରତର କମ୍ ସୁଧ ହାର ଏବଂ ୭ ପ୍ରତିଶତ ଅର୍ଥନୈତିକ ଅଭିବୃଦ୍ଧିର ପ୍ରଶଂସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯଦି ଆମେରିକା ମଧ୍ୟ ସମାନ ପନ୍ଥା ଆପଣାଏ, ତେବେ ଏହାର ଜିଡିପି (GDP) ଅଭିବୃଦ୍ଧି ହାର ୨୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ କହିଛନ୍ତି ଟ୍ରମ୍ପ।

ନିକଟରେ ଏସିଆ ଗସ୍ତରୁ ଫେରିବା ପରେ ନିଜର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ଟ୍ରମ୍ପ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ୍ ରିଜର୍ଭ’ (Federal Reserve) ଉପରେ ବର୍ଷିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଫେଡେରାଲ୍ ରିଜର୍ଭ ସୁଧ ହାର ନିର୍ଦ୍ଧାରଣ କ୍ଷେତ୍ରରେ ରାଜନୈତିକ ଆଭିମୁଖ୍ୟ ଗ୍ରହଣ କରୁଛି।

ସେ ଆହୁରି କହିଛନ୍ତି ଯେ ଦେଶର ଅର୍ଥନୈତିକ ସୂଚକାଙ୍କଗୁଡ଼ିକ ମଜବୁତ ଥିବା ସତ୍ତ୍ୱେ, ଏହି ସଂସ୍ଥା ଋଣ ନେବା ଖର୍ଚ୍ଚ (ସୁଧ ହାର) ବୃଦ୍ଧି କରିଚାଲିଛି। ସୁଧ ହାର ଅତ୍ୟଧିକ ଅଧିକ ରହିଛି କାରଣ ଆମର ଫେଡେରାଲ୍ ରିଜର୍ଭ ଅତ୍ୟଧିକ ରାଜନୈତିକ ହୋଇଯାଇଛି। ମୁଁ ଏହାର ଅଧ୍ୟକ୍ଷଙ୍କୁ ଦୋଷ ଦେଉନାହିଁ। ବରଂ ଆମର ଫେଡେରାଲ୍ ରିଜର୍ଭ ଯେପରି ରାଜନୈତିକ ରଙ୍ଗ ନେଇଛି, ମୁଁ ସେହି ବିଷୟକୁ ସମାଲୋଚନା କରୁଛି।

ସେ ଯୁକ୍ତି ବାଢ଼ିଛନ୍ତି ଯେ ଯେତେବେଳେ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆସେ, ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିବା ପରିବର୍ତ୍ତେ ହ୍ରାସ କରିବା ଉଚିତ୍ । ନିଜ ମନ୍ତବ୍ୟ ଦେବା ସମୟରେ ଟ୍ରମ୍ପ ଫେଡେରାଲ୍ ରିଜର୍ଭର ପୂର୍ବତନ ଅଧ୍ୟକ୍ଷ ଆଲାନ ଗ୍ରୀନସ୍ପାନଙ୍କୁ ଟ୍ରମ୍ପ କହିଲେ, “ଯଦି ଆପଣ ଭାରତକୁ ଦେଖନ୍ତି, ତେବେ ସେଠାରେ ସୁଧ ହାର କମ୍ ଅଛି ଏବଂ ଜିଡିପି (GDP) ୭ ପ୍ରତିଶତ ରହିଛି। ଆମର ଜିଡିପି ୧୪, ୧୫ କିମ୍ବା ହୁଏତ ୨୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ।



Source link

Leave A Reply

Your email address will not be published.