Voice of Eastern India

ବ୍ରହ୍ମପୁରରେ ହୋଟେଲକୁ ୧୨ ହଜାର ଟଙ୍କାର ଜରିମାନା, ରଖିଥିଲା ବାସି ଖାଦ୍ୟ ସହ ନକଲି ପନିର  


ବ୍ରହ୍ମପୁର: କଟକ- ଭୁବନେଶ୍ବରରେ ଏବେ  କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରିତ ଛେନା-ପନିର ଜବତ ହେଉଥିବା ବେଳେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆରମ୍ଭ ହେଲାଣି ଚଢ଼ାଉ । ପରୀକ୍ଷା ପରେ କ୍ବିଣ୍ଟାଲ କ୍ବିଣ୍ଟାଲ ଅପମିଶ୍ରଣ ଛେନା-ପନିରକୁ ନଷ୍ଟ କରାଯାଉଛି । ଏହି କ୍ରମରେ ବିଇଏମସିର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ ଏବଂ ଦୋକାନରେ ରେଡ୍‌ ହୋଇଛି।

ବିଶେଷ କରି ବିଭିନ୍ନ ପନିର ଉତ୍ପାଦନ ୟୁନିଟ୍ ଉପରେ ଚଢ଼ାଉ କରାଯାଉଛି। ଆଉ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ହୋଇଥିବା ରେଡ୍‌ରେ ପ୍ରାୟ ୪୦୦ କିଲୋଗ୍ରାମ ଭେଜାଲ ପନିର, ଛେନା, ଖୁଆ, ରାବିଡି ଏବଂ ଏକ୍ସପାୟରୀ ହୋଇଥିବା କ୍ଷୀର ପ୍ୟାକେଟଗୁଡ଼ିକୁ ଜବତ କରି ନଷ୍ଟ କରିଛି ତଦନ୍ତକାରୀ ଟିମ୍।

Also Read: ଛାତ୍ରୀଙ୍କୁ ଶିକ୍ଷକଙ୍କ ମାଡ଼ ଅଭିଯୋଗ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି​​​​​​​

ମିଳିଥିବା ସୂଚନା ଅନୁସାରେ, ଗିରିଜା ରେଷ୍ଟୁରାଣ୍ଟରେ ପ୍ରାୟ ୧୦ କିଲୋଗ୍ରାମ ବାସି ଖାଦ୍ୟ ଏବଂ ଭେଜାଲ ପନିର ଥିଲା। ଯାହାକୁ ନଷ୍ଟ କରାଯାଇଥିବା ବେଳେ ୧୨ ହଜାର ଟଙ୍କା ଜରିମାନା ଲାଗୁ କରାଯାଇଥିବା ସୂଚନା ଦେଇଛି ଖାଦ୍ୟ ସୁରକ୍ଷା ନିରାପତ୍ତା ବିଭାଗ ।



Source link

Leave A Reply

Your email address will not be published.