ଭୋଗରାଇ: ବୋହୂର ପନିକି ଚୋଟରେ ଗଲା ଶାଶୁର ଜୀବନ। ୧୦ ଦିନ ଧରି ହସ୍ପିଟାଲରେ ମରଣ ସହ ସଂଘର୍ଷ କରି ହାରିଯାଇଛନ୍ତି ୬୫ ବର୍ଷୀୟ ବୃଦ୍ଧା। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଧୀନ ପଥରଘଟା ଗାଁରେ । ଅବଶ୍ୟ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି।
ସୂଚନାଥାଉକି, ଗତ ମାସ ୨୭ ତାରିଖରେ ପଥରଘଟା ଗାଁର ଶଙ୍କର ବାରିକଙ୍କ ପତ୍ନୀ କୌଣସି କାରଣକୁ ନେଇ ତାଙ୍କର ୬୫ ବର୍ଷୀୟ ବୃଦ୍ଧା ଶାଶୁଙ୍କୁ ପନିକିରେ ବାରମ୍ବାର ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ଆହତ ହୋଇପଡ଼ିଥିଲେ ବୃଦ୍ଧା ଶାଶୁ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ହସ୍ପିଟାଲକୁ ପଠାଯାଇଥିଲା। ମାତ୍ର ୧୦ ଦିନ ଚିକିତ୍ସା ପରେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି।
Also Read: ପାରିବାରିକ କଳହର କରୁଣ ପରିଣତି, ଜୀବନ ହାରିଲେ ସିଆରପିଏଫ୍ ଯବାନ
ଅବଶ୍ୟ ସ୍ୱାମୀଙ୍କ ଅଭିଯୋଗ କ୍ରମେ ଭୋଗରାଇ ପୋଲିସ ତାଙ୍କ ପତ୍ନୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା। ଜଣାପଡ଼ିଛି ଗତ ଚାରିବର୍ଷ ତଳେ ଉଭୟଙ୍କର ବିବାହ ହୋଇଥିଲା। ସେମାନଙ୍କର ଏକ ପୁତ୍ର ସନ୍ତାନ ଅଛି। ଅନେକ ଥର ପାରିବାରିକ ଅଶାନ୍ତିକୁ ନେଇ ଗାଁରେ ନ୍ୟାୟ ବସିଥିବା ବେଳେ ବୋହୂର ପନିକି ଚୋଟରେ ଶାଶୁଙ୍କ ମୃତ ହୋଇଛି ।
