Voice of Eastern India

ବିଜେପି ଓବିସି ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ମମତା ମହନ୍ତ, ନିଯୁକ୍ତ କଲେ ନିତିନ ନବୀନ 


ଭୁବନେଶ୍ବର: ବିଜେପି ଓବିସି ମୋର୍ଚ୍ଚାର ନୂଆ ଜାତୀୟ ପଦାଧିକାରୀଙ୍କ ନାମ ଘୋଷଣା କରିଛି ଦଳ। ବିଜେପିର ଜାତୀୟ ସଭାପତି ନିତିନ ନବୀନଙ୍କ ନିର୍ଦ୍ଦେଶକ୍ରମେ ଏହି ନିଯୁକ୍ତି ଦିଆଯାଇଛି। ନୂଆ ନିଯୁକ୍ତି ତତ୍କାଳ ପ୍ରଭାବରୁ ଲାଗୁ ହେବ ବୋଲି ଦଳ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି। ଏହି ନୂଆ ତାଲିକାରେ ଓଡ଼ିଶାର ମମତା ମହନ୍ତଙ୍କୁ ବିଜେପି ଓବିସି ମୋର୍ଚ୍ଚାର ଜାତୀୟ ଉପସଭାପତି ଭାବରେ ନିଯୁକ୍ତି ମିଳିଛି।​​​​​​​

ବିଜେପିର ଓବିସି ମୋର୍ଚ୍ଚ ଏବଂ ଜାତୀୟ ଉପସଭାପତି

୧. ଯୋଗେନ ମୋହନ – ଆସାମ

୨. ମମତା ମହନ୍ତ – ଓଡ଼ିଶା

୩. ସଙ୍ଗମ ଲାଲ ଗୁପ୍ତା – ଉତ୍ତରପ୍ରଦେଶ

୪. ବବନରାଓ ରାବଜୀ ଚୌଧୁରୀ – ମହାରାଷ୍ଟ୍ର

୫. ସତ୍ ପ୍ରକାଶ ରାଣା – ଦିଲ୍ଲୀ

୬. ଡ. ଅର୍ଜୁନ ସାହନୀ – ବିହାର

୭. ସଙ୍ଗୀତା ବଲୱନ୍ତ ବିନ୍ଦ – ଉତ୍ତରପ୍ରଦେଶ

ଜାତୀୟ ମହାମନ୍ତ୍ରୀ

 ୧. ଗଜେନ୍ଦ୍ର ଯାଦବ – ଦିଲ୍ଲୀ

୨. ପ୍ରମୋଦ ମଧ୍ୱରାଜ – କର୍ଣ୍ଣାଟକ

୩. ଲଳିତ ଚନ୍ଦ୍ରାକର – ଛତିଶଗଡ଼

ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ୨୧ ନଭେମ୍ବର ୨୦୨୬ରେ ଏହି ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି  ।  ବିଜେପି ଓବିସି ମୋର୍ଚ୍ଚାର ନବନିଯୁକ୍ତ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ଅଧ୍ୟକ୍ଷ । ଓଡ଼ିଶାରୁ ଏହି ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ପାଇଥିବା ମମତା ମହନ୍ତ, ଆଶୁତୋଷ ବେହେରା (ନୀତି ଓ ଗବେଷଣା ସହ-ସଂଯୋଜକ), ପ୍ରଶାନ୍ତ ନାୟକ (ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ) ଏବଂ ପ୍ରଫେସର ଅଦ୍ୱୈତ ଚରଣ ଗଡ଼ନାୟକ (ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ) ଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

 



Source link

Leave A Reply

Your email address will not be published.