Voice of Eastern India

ବାଣ ବିକ୍ରି ବେଳେ ହାତରୁ ଖସିଲା ବୋମା, ଜଣେ ମୃତ, ଦୁଇ ଗୁରୁତର


ଘଟଗାଁ: ବାଣ ବିକ୍ରି ବେଳେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି । ମୃତକ ହେଲେ ମାନପୁର ଗାଁର ପ୍ରତିମା ସାହୁ । ବାଣ କିଣିବାକୁ ଆସିଥିବା ଯୁବକଙ୍କ ସମେତ ୨ ଆହତ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

ସୂଚନା ଅନୁସାରେ, ହରିଚନ୍ଦନପୁର ଥାନା ମାନପୁର ଗାଁରେ ବାଣ ବିକ୍ରି ବେଳେ ଘଟିଛି ଭୟଙ୍କର ବିସ୍ଫୋରଣ ହୋଇଛି । ବାଣ କିଣିବାକୁ ଜଣେ ଯୁବକ ଆସିଥିବା ବେଳେ ହାତରୁ ହଠାତ୍ ବୋମା ଖସି ଫୁଟିଥିଲା । ଫଳରେ ଘରେ ଥିବା ଅନ୍ୟ ବାଣରେ ମଧ୍ୟ ବିସ୍ଫୋରଣ ଘଟି ଘରଟି ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି । ଏହି ବିସ୍ଫୋରଣରେ ମାନପୁର ଗାଁର ପ୍ରତିମା ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।



Source link

Leave A Reply

Your email address will not be published.