Voice of Eastern India

ବନ୍ୟା ବିତ୍ପାତ : ଏବେ ସୁଦ୍ଧା ଗଲାଣି ୭୫ ଜଣଙ୍କ ଜୀବନ, ୩ ଲକ୍ଷ ଲୋକ ପ୍ରଭାବିତ


ଦିସପୁର, ୩୦। ୦୭ : ଆସାମରେ ବନ୍ୟାସ୍ଥିତି ଭୟଙ୍କର ହୋଇଛି । ଗତ ୨୪ ଘଣ୍ଟାରେ ଆଉ ୭ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି ପାଇଛି । ପ୍ରାୟ ସାଢ଼େ ୩ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ୭ ଜିଲ୍ଲା ଜଳମଗ୍ନ ରହିଛି। ସେଠାରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆସାମ ସରକାର ମୃତକଙ୍କ ପରିବାରକୁ ଦିଆଯିବାକୁ ଥିବା ଅନୁକମ୍ପା ରାଶିକୁ ୪ ଲକ୍ଷ ଟଙ୍କାରୁ ୯ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏଥିସହ ସହାୟତା ରାଶି ପାଇବା ନିୟମ ମଧ୍ୟ କୋହଳ କରିଛନ୍ତି । ଏଥିସହ ୪ ଜିଲ୍ଲାର ସର୍ବଧୂକ ପ୍ରଭାବିତ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

Also Read :- ଅନ୍ତର୍ଜାତୀୟ କ୍ରିକେଟରେ କେତେ ଜଣ ଭାରତୀୟ ନେଇଛନ୍ତି ୫୦୦ ଓ୍ଵିକେଟ୍ ? ଚକିତ କରି ଦେବ ତାଲିକା

ଆସାମ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟର ଶିବସାଗର, ଗୋଲାଘାଟ, ଜୋରହାଟ, ଚରାଇଦେବ, ନଙ୍ଗାବ, ସୋନିତପୁର, କାମରୁମ ମେଟ୍ରୋପଲିଟାନ ସମେତ ୭ ଜିଲ୍ଲା ବନ୍ୟାର ଶିକାର ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ୬୨୨ ଗ୍ରାମ ପାଣିରେ ବୁଡ଼ିରହିଛି। ଚରାଇଦେବରେ ସର୍ବାଧିକ ୧.୪୨ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ୪୫ ହଜାର ୩୪୧ ହେକ୍ଟର ଜମିରେ ଲାଗିଥିବା ଫସଲ ବନ୍ୟା ପାଣିରେ ବୁଡ଼ିଛି। ପ୍ରଭାବିତ ଅଞ୍ଚଳରେ ୮୧ କ୍ୟାମ୍ପ୍ ବନାଯାଇଛି। ସେଠାରେ ୩୨ ହଜାର ୪୭୭ ଲୋକ ଆଶ୍ରୟ ନେଇଛନ୍ତି। ଭାରତୀୟ ବାୟୁ ସେନା, ଏନ୍ଡିଆରଏଫ୍, ଏସ୍ଡିଆରଏଫ୍ ସମେତ ବିଭିନ୍ନ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଉତ୍ତରାଖଣ୍ଡରେ ବିତ୍ପାତ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରେ ଚାରଧାମ ଯାତ୍ରା ୨ ଦିନ ପାଇଁ ବନ୍ଦ ରଖାଯାଇଛି। ହେମକୁଣ୍ଡ ଯାତ୍ରାକୁ ମଧ୍ୟ ଅସ୍ଥାୟୀ ଭାବେ ରୋକାଯାଇଛି। ଭୂସ୍ଖଳନ, ପାହାଡ଼ରୁ ପଥର ଖସିବା କାରଣରୁ ସାରା ରାଜ୍ୟରେ ଅନ୍ୟୁନ ୧୧୧ ରାସ୍ତା ବନ୍ଦ ହୋଇଯାଇଛି। ଡେରାଡୁନର 0ମାଲଦେବତାରେ ସର୍ବାଧିକ ୨୩୩ ମିଲିଲିଟର ବର୍ଷା ରେକର୍ଡ କରାଯାଇଛି। ଡେରାଡୁନ୍ ସହରରେ ୧୯୪.୫ ମିଲି, ଜଲି ଗ୍ରାଣ୍ଟରେ ୧୭୨.୨ମିଲି, ମସୁରୀରେ ୧୬୩ ମିଲି ବର୍ଷା ହୋଇଛି।

କେତେକ ସ୍ଥାନରେ କିଛି ଘର ଭୁସୁଡ଼ି ପଡ଼ିଛି। ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ପାହାଡ଼ିଆ ଅଞ୍ଚଳକୁ ଅନାବଶ୍ୟକ ଭାବେ ନ ଯିବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି। ସେହିପରି ପ୍ରବଳ ବର୍ଷା ଯୋଗୁ ଗୁଜରାଟରେ ଟାଟା ମୋଟର୍ସର ସାନନ୍ଦ ପ୍ଲାଣ୍ଟ ଏବଂ ଆଖପାଖ ସପ୍ଲାୟର ୟୁନିଟ୍ ବନ୍ଦ କରାଯାଇଛି। ଛତିଶଗଡ଼ରେ ବଜ୍ରପାତ ଯୋଗୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଗରିୟାବଦ ଜିଲ୍ଲାରେ ଲଗାତର ୪ ଦିନ ହେଲା ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।



Source link

Leave A Reply

Your email address will not be published.