Voice of Eastern India

ପୋଖରୀକୁ ଯାଇ ଆଉ ଫେରିଲେନି ମହିଳା, କୂଳରେ ପଡିଥିଲା ଚପଲ


ଲମତାପୁଟ,୧୪/୦୮ପୋଖରୀରେ ବୁଡିଗଲେ ମହିଳା । ଚାଲିଗଲା ଜୀବନ l ଏପରି ଏକ ଅଭାବନୀୟ ଘଟଣା ଘଟିଛି କୋରାପୁଟର ଲମତାପୁଟ ଅଞ୍ଚଳରେ ।

ରିପୋର୍ଟ ଅନୁସାରେ, ସବୁଦିନ ଭଳି ଲମତାପୁଟ ବ୍ଲକ କଡ୍ରିମାଳିପୁଟ ଗ୍ରାମର ଜନମତି ସୀସା ପୋଖରୀରକୁ ଶୌଚ ହେବାକୁ ଯାଉଥିଲେ l କିନ୍ତୁ ଶୁକ୍ରବାର ପୋଖରୀରେ ଗୋଡ଼ ଖସି ଯିବାରୁ ଗଭୀର ପାଣିକୁ ଚାଲି ଯାଇଥିଲେ l ଜନମତି ଘରକୁ ଫେରିବା ଡେରି ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ତେବେ ପୋଖରୀ କୂଳରେ ଚପଲ ପଡ଼ିଥିବା ଦେଖି ଲମତାପୁଟ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ପୋଖରୀରୁ ଜନମତିଙ୍କୁ ଉଦ୍ଧାର କରି ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା l

Also Read :- ଭାସି ଆସିଲା କୁମ୍ଭୀର, ଗାଁ ନାଳରେ ଖେଳାଇଲା ଆତଙ୍କ…ଭୟରେ ଗ୍ରାମବାସୀ

ତେବେ ଚିକିତ୍ସାଳୟରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣାସ୍ଥଳରେ ଲମତାପୁଟ ପୋଲିସ ପହଞ୍ଚି କେଉଁ କାରଣରୁ ମହିଳାଙ୍କ ମୃତ୍ୟୁ ହୋଇଛି ତଦନ୍ତ ଆରମ୍ଭ କରିଛି l



Source link

Leave A Reply

Your email address will not be published.