Voice of Eastern India

ପାହାଡ଼ ତଳେ ଜଣେ ବି ରହିବେ ନାହିଁ, ୪୪୮ଟି ବାତ୍ୟା ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ: ବାତ୍ୟା ଅକଭାନ୍ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ଭୀଷଣ ବାତ୍ୟା ଅକଭାନକୁ ନେଇ ଶେଷ ହୋଇଛି ରାଜ୍ୟ ସରକାରଙ୍କ ବଡ଼ ଧରଣର ପ୍ରସ୍ତୁତି ବୈଠକ । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଟିଂରେ ୧୦ରୁ ଅଧିକ ବିଭାଗର ଅତିରିକ୍ତ ସଚିବଙ୍କ ସମେତ ପ୍ରମୁଖ ସଚିବ । ଆଇଏମଡି ଭୁବନେଶ୍ୱର ନିର୍ଦ୍ଦେଶିକା, ପୋଲିସ ଏଡିଜି ମଧ୍ୟ ଉପସ୍ଥିତ ରହିଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ମିଟିଂରେ ଉପସ୍ଥିତ ରହିଥିଲେ ।

ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୀଷଣ ବାତ୍ୟା ଅକଭାନ ନରସା ପୂର- ପୁରୀ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ପବନ ୧୦୦ ବେଗ ପର୍ଯ୍ୟନ୍ତ ରହିପାରେ। ରାଜ୍ୟ ସରକାର ଏହାର ସଠିକ୍ ମୁକାବିଲା କରିବାକୁ ସବୁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଶେଷକରି ଲୋକଙ୍କୁ ସ୍ଥାନାନ୍ତରଣ କରିବା ଦିଗରେ ସରକାର ଫୋକସ କରିଛନ୍ତି । ଆଜି ରାତି ଓ କାଲି ସୁଦ୍ଧା ସେମାନଙ୍କୁ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ କରାଯିବ । ଗର୍ଭବତୀ ମହିଳା ଓ ଜଟିଳ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ସ୍ଥାନାନ୍ତରଣ ପାଇଁ ସରକାର କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। । ୬୦ ଟି ଓଡ୍ରାଫ୍ ଟିମ୍, ୧୪ ଏନଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛନ୍ତି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ସବୁ ଫଣ୍ଡ୍ ପ୍ରସ୍ତୁତ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

Also read: ବାତ୍ୟା ‘ଅକଭାନ୍’ ପାଇଁ କନ୍ଧମାଳରେ ବଡ଼ ପ୍ରସ୍ତୁତି, ୧୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ଲକ୍ଷ୍ୟ

ଅନ୍ୟପଟେ ସ୍କୁଲ କଲେଜ ଓ ଅଙ୍ଗନୱାଡି ଛୁଟି ଓ ବନ୍ଦ ରଖାଯିବା ନିଷ୍ପତ୍ତି ଜିଲ୍ଲାପାଳ ସେଇ ଜିଲ୍ଲାର ସ୍ଥିତି ଦେଖି ନେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସାପ କାମୁଡ଼ା ପାଇଁ ଆଣ୍ଟି ଭେନମ୍ ଇଞ୍ଜେକସନ ମହଜୁଦ ରଖାଯାଇଛି । ପାଣି ଓ ପାନୀୟ ଜଳ ବ୍ୟବସ୍ଥା ସଠିକ୍ ରୂପେ କରାଯାଇଛି । ଲାଇନ୍ କଟିଲେ ଅତ୍ୟାବଶ୍ୟକୀୟ ସେବା ଜାରି ରଖିବାକୁ ସଠିକ୍ ସମୟରେ ଜେନେରେଟର ପହଞ୍ଚାଇବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇ ସାରିଛି । ଏହାଛଡ଼ା ଯେଉଁ ଠାରେ ଡ୍ୟାମ ଅଛି ସେଠାକୁ ଇଞ୍ଜିନିୟରମାନଙ୍କୁ ପଠାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଗମ୍ଭୀର ଭାବେ ଏହାକୁ ନେଇଛୁ । ଓଡ଼ିଶା ବନ୍ୟା ଓ ବାତ୍ୟାକୁ ସାମ୍ନା କରୁଛି, ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛୁ । ପରିଚାଳନା ସହିତ କେମିତି ଠିକ୍ ନିଷ୍ପତ୍ତି ନିଆଯିବ ସେଥିପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ।

ଅନ୍ୟପଟେ ରାତି ସାରା ଖୋଲା ରହିବ ଏସଆରସି ଅଫିସ କଣ୍ଟ୍ରୋଲ ରୁମ୍ । ବରିଷ୍ଠ ଆଇଏଏସ୍ ଅଧିକାରୀ ଅରବିନ୍ଦ ପାଢୀ ରାତି ସାରା ଏସଆରସି କଣ୍ଟ୍ରୋଲ ରୁମରୁ ସବୁ ସ୍ଥାନର ସ୍ଥିତି ଉପରେ ନଜର ରଖିବେ, ୨୪ ଘଣ୍ଟିଆ ଏହା ଖୋଲା ରହିବ ।  

ମୁଖ୍ୟମନ୍ତ୍ରୀ କହିଛନ୍ତି, ପାହାଡ଼ିଆ ଅଞ୍ଚଳରେ ବସବାସ କରୁଥିବା ବା ପାହାଡ଼ ତଳେ ରହୁଥିବା ଲୋକଙ୍କ ସ୍ଥାନାନ୍ତରଣ ପାଇଁ ସରକାର ଚେଷ୍ଟା କରିଛନ୍ତି । ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଜଣେ ବି ବ୍ୟକ୍ତି ପାହାଡ଼ ତଳେ ରହିବେ ନାହିଁ, ସେ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପରିପ୍ରେକ୍ଷୀରେ ଗଜପତି ୧୫,୦୦୦ ଓ କନ୍ଧମାଳରେ ୧୦,୨୪୦ ଲୋକଙ୍କୁ ସ୍ଥାନାନ୍ତର କରିଛୁ, ଅନ୍ୟ ଯିଏ ରହିଗଲେ ସେଥିପାଇଁ ଆମେ ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।



Source link

Leave A Reply

Your email address will not be published.