Voice of Eastern India

ଆର୍ଥିକ ବର୍ଷ ୨୦୨୭ରେ ସୁନା ଆମଦାନୀ ୪୦ ବିଲିଅନ ଡଲାରକୁ ହ୍ରାସ ହେବ ! ଟ୍ୟାକ୍ସ ଯୋଗୁ ବିଦେଶରୁ ସୁନା କିଣା କମିଲା


ନୂଆଦିଲ୍ଲୀ: ବିଦେଶରୁ ସୁନା କିଣି ବାଣିଜ୍ୟ ନିଅଣ୍ଟ ବଢ଼ାଇବା ଚିନ୍ତାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। କାରଣ ମେ ମାସରେ ସରକାର ଲଗାଇଥିବା ଟ୍ୟାକ୍ସ କାରଣରୁ ସୁନା ଆମଦାନୀ ଜନିତ ଖର୍ଚ୍ଚ କମିଛି। ଏନେଇ ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ ବୁଧବାର ସୂଚନା ଦେଇଛନ୍ତି।

ଶ୍ରୀ ଅଗ୍ରୱାଲ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ଭାରତର ସୁନା ଆମଦାନୀ ଖର୍ଚ୍ଚ ପୂର୍ବ ତୁଳନାରେ ପ୍ରାୟ ଅଧା ହୋଇପାରେ। ପୂର୍ବରୁ ପ୍ରାୟ ୭୨ ବିଲିୟନ ଡଲାରର ସୁନା ଆମଦାନୀ କରାଯାଇଥିଲା। ହେଲେ ଏଥର ଏହି ଖର୍ଚ୍ଚ ୩୫-୪୦ ବିଲିୟନ ଡଲାର ହୋଇପାର ବୋଲି ସେ କହିଛନ୍ତି।

ମେ’ ମାସରେ ସୁନା ଉପରେ ସୀମା ଶୁଳ୍କ ବୃଦ୍ଧି କରାଯିବା ପରେ ବିଦେଶରୁ ସୁନା କିଣିବା ପ୍ରକ୍ରିୟା ମନ୍ଥର ହୋଇଛି। ଏଣୁ ଆମଦାନୀ ବିଲ କମିବା ସହିତ ଦେଶର ବାଣିଜ୍ୟ ନିଅଣ୍ଟ ଉପରେ ଚାପ ହ୍ରାସ ପାଇଛି ବୋଲି ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି’ (FICCI) ର ଏକ ଅଧିବେଶନରେ ଯୋଗ ଦେଇ ଶ୍ରୀ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି।

ଅଧିବେଶନେର ଯୋଗ ଦେଇ ସେ କହିଛନ୍ତି “ମୁଁ ଭାବୁଛି ଚଳିତ ବର୍ଷ ଆମର ସୁନା ଆମଦାନୀ ୩୫-୪୦ ବିଲିଅନ ୟୁଏସ ଡଲାର ହୋଇପାରେ। ମୁଁ ଭାବୁଛି ଚଳିତ ବର୍ଷ ଏହା ଚଳନୀୟ। ବର୍ତ୍ତମାନ ଲାଗୁଥିବା ଶୁଳ୍କ ସୁନା ଆମଦାନୀ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଇଛି।”

ସୂଚନା ଥାଉକି ଦେଶର ବାଣିଜ୍ୟ ନିଅଣ୍ଟ କମାଇବା ଓ ବିଦେଶୀ ମୁଦ୍ରା ସଞ୍ଚୟ କରିବା ପାଇଁ ସରକାର ଚଳିତ ବର୍ଷ ମେ’ ମାସରେ ସୁନା ଓ ରୁପା ଆମଦାନୀ ଶୁଳ୍କକୁ ୬% ରୁ ବୃଦ୍ଧି କରି ୧୫% କରିଥିଲେ। ଫଳରେ ଦର ବଢ଼ି ଯାଇଥିଲା। ଏଥିପାଇଁ ବିଦେଶରୁ ସୁନା ଆମଦାନୀ ସାମାନ୍ୟ ହ୍ରାସ ପାଇଛି। ଗତ ବର୍ଷର ସମାନ ଅବଧିରେ ୪୧.୨୪ ବିଲିୟନ ଡଲାରର ସୁନା ଆମଦାନୀ ହୋଇଥିଲା। ହେଲେ ଚଳିତ ଆର୍ଥିକ ବର୍ଷର ଏପ୍ରିଲ-ଅକ୍ଟୋବର ମଧ୍ୟରେ ସୁନା ଆମଦାନୀରେ ୪୦% ହ୍ରାସ ପାଇ ୨୪.୭୮ ବିଲିୟନ ଡଲାରକୁ ଖସିଆସିଛି।



Source link

Leave A Reply

Your email address will not be published.