Voice of Eastern India

ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ବଡ଼ ଖବର, ୨ IPSଙ୍କୁ  DG ପାହ୍ୟକୁ ପଦୋନ୍ନତି


ଭୁବନେଶ୍ୱର ୧୦।୦୮ : ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ଆସିଲା ବଡ଼ ଖବର । ଦୁଇ ବରିଷ୍ଠ ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ଯଶବନ୍ତ ଜେଠଓ୍ୱାଙ୍କୁ ମିଳିଛି ପଦୋନ୍ନତି ।  ADGରୁ DG ପାହ୍ୟାକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି । 

ଖବର ଅନୁଯାୟୀ, ଆସନ୍ତା ୧୬ ତାରିଖରେ ବର୍ତ୍ତମାନ ଓଡିଶା ପୋଲିସର ଡିଜି ଥିବା ଓ୍ୱାଇ.ବି ଖୁରାନିଆଙ୍କ କାର୍ଯ୍ୟକାଳ ସରୁଛି । ଏହାପରେ କିଏ ଓଡ଼ିଶା ପୋଲିସର ପରବର୍ତ୍ତୀ ଡିଜି ହେବ । ସେନେଇ ଚର୍ଚ୍ଚା ଏବଂ ଆଲୋଚନା ଚାଲିଥିଲା । ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ବଡ଼ ଖବର ସାମ୍ନାକୁ ଆସିଛି ।  ୨ ଜଣ ବରିଷ୍ଠ IPSଙ୍କୁ DG ପାହ୍ୟକୁ ପଦୋନ୍ନତି। ଉଭୟଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ପାଇଲେ ସଞ୍ଜୀବ ପଣ୍ଡା, ଯଶୋବନ୍ତ ଜେଠୱା ।  ADGରୁ DG ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର । ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 

Also Read:-ସମସ୍ତଙ୍କ ଆଗରେ ଅଭିନେତ୍ରୀଙ୍କୁ କିସ୍ କଲେ ଫ୍ୟାନ୍ , ଆଶ୍ଚର୍ଯ୍ୟ ହୋଇଗଲେ ପାପରାଜି..ଭିଡିଓ ଭାଇରାଲ

୧୯୯୪ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ସଞ୍ଜୀବ ପଣ୍ଡା । ଓଡ଼ିଶା ପୋଲିସର ଅଧିକାରିକ ସିଭିଲ୍ ଲିଷ୍ଟ ଅନୁସାରେ ତାଙ୍କ ଜନ୍ମସ୍ଥାନ କଟକ ଏବଂ ଜନ୍ମତାରିଖ  ଜୁଲାଇ ମାସ ୭ ତାରିଖ, ୧୯୬୮ ମସିହା । ନିଜ କାର୍ଯ୍ୟକାଳ ସମୟରେ ଅନେକ ଉପଲବ୍ଧ ହାସଲ କରିଛନ୍ତି ସଞ୍ଜୀବ ପଣ୍ଡା । ଏପିରିକି  ନିକଟରେ ଶେଷ ହୋଇଥିବା ମାଓ ଅପରେସନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସଞ୍ଜୀବ ପଣ୍ଡା । 

ସେହିପରି ୧୯୯୪ ଓଡ଼ିଶା କ୍ୟାଡରର ଆଇପିଏସ୍‌ ଯଶବନ୍ତ କୁମାର ଜେଠଓ୍ୱା । ବର୍ତ୍ତମାନ ସେ ଓଡ଼ିଶା ଭିଜିଲାନ୍ସରେ ଦାୟିତ୍ୱ ତୁଲାଉଛନ୍ତି । ପୂର୍ବରୁ ସେ ଓଡ଼ିଶା ପୋଲିସର ADG Law & Order,ADG Crime Branch ଏବଂIG, Special Protection Group (SPG)ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହି ସାରିଛନ୍ତି। ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ ଯଶବନ୍ତ ଜେଠଓ୍ୱା । ଏହି ସମୟରେ େSPGରେ ଦାୟିତ୍ୱ ନିର୍ବାହ କରିଥିଲେ । ୨୦୨୩ରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇସାରିଛନ୍ତି । 



Source link

Leave A Reply

Your email address will not be published.