Voice of Eastern India

ନିଶାରେ ରଜଦୋଳି ବାନ୍ଧୁଥିଲେ ଶ୍ବଶୁର- ଜ୍ବାଇଁ, ମତଭେଦରୁ ତୁମୁଳକାଣ୍ଡ




ନୀଳଗିରି: ରଜ ଦୋଳି ବନ୍ଧାକୁ ନେଇ ବିବାଦ। ସମ୍ପର୍କୀୟ ଜ୍ବାଇଁର ଗାଲକୁ କାମୁଡ଼ି ଛିଡ଼ାଇ ଦେଲା ଶ୍ବଶୁର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଘମରା ଅଞ୍ଚଳରେ। 

ସୂଚନା ଅନୁସାରେ, ବାଘମରା ଗ୍ରାମରେ ଜ୍ବାଇଁ ଭଗବାନ ସିଂଙ୍କ ସହିତ ଶ୍ବଶୁର କାହ୍ନୁ ସିଂ ବସି ଦୋଳି ବନ୍ଧା ନେଇ କଥା ହେଉଥିଲେ। ଜଣେ ଟାୟାରରେ ବାନ୍ଧିବା କଥା କହୁଥିଲେ ଆଉ ଜଣେ ଦଉଡ଼ିରେ ବାନ୍ଧିବା କଥା କହୁଥିଲେ। ଯାହାକୁ ନେଇ ଉଭୟ ମଧ୍ୟ କଥା କଟାକଟି ହୋଇଥିଲା। ହେଲେ ନିଶାରେ ଥିବାରୁ ଏ କଥା ଉଗ୍ରରୂପ ଧାରଣ କରିଥିଲା। ଠେଲାପେଲା ପରେ ଜ୍ୱାଇଁର ଗାଲକୁ କାମୁଡ଼ି ରକ୍ତାକ୍ତ କରିଥିଲା କାହ୍ନୁ ସିଂ।

Also Read: ଡଙ୍ଗା ନେଇ ମାଛ ଧରିବାକୁ ଯାଇଥିଲେ, ରେଙ୍ଗାଳି ଡ୍ୟାମ୍‌ରେ ଯୁବକ ନିଖୋଜ

ଆକ୍ରମଣର ପ୍ରତିବାଦ କରିବାରୁ ଜ୍ୱାଇଁର ପୁତୁରା ପ୍ରଶାନ୍ତ ସିଂ ଓ ପଡ଼ୋଶୀ ରାଜେଶ ସିଂଙ୍କୁ ମଧ୍ୟ ବ୍ଲେଡରେ ଆକ୍ରମଣ କରି କ୍ଷତାକ୍ତ କରିଛି ଶଶୁର କାହ୍ନୁ ସିଂ। ଗୁରୁତର ଭାବେ ଭଗବାନ ଓ ପ୍ରଶାନ୍ତଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି।

ତେବେ ନୀଳଗିରି ଥାନାରେ ଭଗବାନ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ପ୍ରତି ଆକ୍ରମଣରେ ଶଶୁର କାହ୍ନୁ ସିଂ ମଧ୍ୟ ଗୁରୁତର ହୋଇ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ନୀଳଗିରି ପୋଲିସ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଛି। ଘଟଣାକୁ ଗୁରୁତ୍ବର ସହ ନେଇ ଆଇଆଇସି ଗୋବର୍ଦ୍ଧନ ନାୟକ ତଦନ୍ତ କରୁଥିବା ଜଣାପଡ଼ିଛି।



Source link

Leave A Reply

Your email address will not be published.