Voice of Eastern India

ନିଶାମୁକ୍ତ ଓଡ଼ିଶା ଅଭିଯାନରେ ପୋଲିସର ଐତିହାସିକ ସଫଳତା, ୧୯୧୧ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ


ଭୁବନେଶ୍ଵର ୦୧।୦୭ : ଓଡ଼ିଶା ପୋଲିସକୁ ସଫଳତା । ନିଶାମୁକ୍ତ ଓଡ଼ିଶା ଗଠନ ଦିଗରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା ହାସଲ କରିଛି । ବେଆଇନ୍ ନିଶା କାରବାର, ଗଞ୍ଜେଇ ଚାଷ, ମାଦକ ଦ୍ରବ୍ୟ ଚୋରାଚାଲାଣ ଏବଂ ଆନ୍ତଃରାଜ୍ୟ ନିଶା କାରବାର ବିରୋଧରେ ଜିରୋ ଟଲେରାନ୍ସ ନୀତି ଆଧାରରେ ଓଡ଼ିଶା ପୋଲିସ କ୍ରମାଗତ ଭାବେ କଠୋର ପଦକ୍ଷେପ ଗ୍ରହଣ କରିଛି ।

ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨୬ ମଧ୍ୟରେ ରାଜ୍ୟବ୍ୟାପୀ ବ୍ୟାପକ ଅଭିଯାନରେ ୬୩, ୭୨୦ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧,୯୧୧ କୋଟି ଟଙ୍କା ହେବ । ଏହି ସମୟ ମଧ୍ୟରେ ୨,୪୪୫ଟି ମାମଲା ରୁଜୁ କରାଯାଇ ୪୨୧ ଟନ ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨,୧୦୬ କୋଟି ଟଙ୍କା ହେବ । ଏହାସହ ଚୋରାଚାଲାଣ ସଂପକ୍ତ ଥିବା ୩୫୦୨ ଜଣଙ୍କ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Also Read:-ହତ୍ୟାକାଣ୍ଡକୁ ସମର୍ଥନ କରି ପଦ ହରାଇଲେ ମହିଳା ଡାକ୍ତର, ୫ ବର୍ଷ ପାଇଁ ସସପେଣ୍ଡ୍

ନିଶା ଦ୍ରବ୍ୟ ବିରୋଧୀ ଅଭିଯାନରେ କୋରାପୁଟ ଜିଲ୍ଲା ପୋଲିସ ଏକ ବିରଳ ସଫଳତା ହାସଲ କରିଛି। ବେଆଇନ ଗଞ୍ଜେଇ ତେଲ ପ୍ରସ୍ତୁତ କରୁଥିବା ଏକ ୟୁନିଟ୍ ଉପରେ ଚଢ଼ାଉ କରି ପ୍ରାୟ ୧,୮୦୦ ଲିଟର ଗଞ୍ଜେଇ ତେଲ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୨୫ କୋଟି ଟଙ୍କା। ଏହାସହିତ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ମଧ୍ୟ ଜବତ କରାଯାଇଛି। ଏହି ରାକେଟର ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ କେରଳରୁ ଗିରଫ କରାଯାଇଛି। ସେହିପରି, କନ୍ଧମାଳ, ବୌଦ୍ଧ, ସୋନପୁର ଓ ପଡ଼ୋଶୀ ରାଜ୍ୟଗୁଡ଼ିକରେ ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ନିଶା ଚୋରାଚାଲାଣ ଗ୍ୟାଙ୍ଗର ୨ ଜଣ ସକ୍ରିୟ ସଦସ୍ୟଙ୍କୁ ଏସଟିଏଫ୍ ଗିରଫ କରିଛି।



Source link

Leave A Reply

Your email address will not be published.