Voice of Eastern India

ଧରାପଡ଼ିଗଲା ୱାଣ୍ଟେଡ୍ ଉଜୈଦ, ଫିଦାୟିନ୍ ଆକ୍ରମଣ ଷଡ଼ଯନ୍ତ୍ର ମାମଲାରେ ପୋଲିସକୁ ବଡ଼ ସଫଳତା


ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଛି ପୋଲିସ। ଫିଦାୟିନ୍ ଆକ୍ରମଣ ଷଡ଼ଯନ୍ତ୍ର ସହ ଜଡ଼ିତ ଥିବା ଅଭିଯୋଗରେ ମୋଷ୍ଟ ଓ୍ୱାଣ୍ଟେଡ ଉଜୈଦକୁ ଗିରଫ କରାଯାଇଛି। ଏହି ମାମଲାରେ ଜମ୍ମୁ-କାଶ୍ମୀର ପୋଲିସ ଓ ଅନ୍ୟ ସୁରକ୍ଷା ଏଜେନ୍ସି ତଦନ୍ତ ଜାରି ରଖିଛନ୍ତି।

ପୋଲିସ ସୂଚନା ଅନୁସାରେ, ମେରଠର ବାସିନ୍ଦା ଉଜୈଦ ଅନଲାଇନ୍ ମାଧ୍ୟମରେ କଟ୍ଟରପନ୍ଥୀ ବିଚାରଧାରାର ପ୍ରଭାବରେ ଆସିଥିବା ଅଭିଯୋଗ ରହିଛି। ସୋସିଆଲ ମିଡିଆରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ତା’ର ସମ୍ପର୍କ ଥିବା ତଦନ୍ତରୁ ଜଣାପଡ଼ିଛି। ସୁରକ୍ଷା ବାହିନୀ ଓ ସେନା ସଂସ୍ଥାକୁ ଟାର୍ଗେଟ କରି ଆକ୍ରମଣ ଯୋଜନା ସହ ଜଡ଼ିତ ନେଟୱର୍କରେ ସେ ସାମିଲ ଥିବା ପୋଲିସ ସନ୍ଦେହ କରୁଛି।

ଏହି ମାମଲାରେ ଜମ୍ମୁରେ ଗିରଫ ହୋଇଥିବା ମହମ୍ମଦ ସାଜିଦଙ୍କ ସହ ଉଜୈଦର ସମ୍ପର୍କ ଥିବା ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ଅନଲାଇନ୍ ଯୋଗାଯୋଗ ଓ ସୋସିଆଲ ମିଡିଆ ଗ୍ରୁପ୍କୁ ନେଇ ମଧ୍ୟ ତଦନ୍ତ ଚାଲିଛି। ଉଜୈଦ ଗିରଫ ହେବା ପରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ଆଣ୍ଟି ଟେରରିଜମ୍ ସ୍କ୍ୱାଡ୍ (ATS) ମଧ୍ୟ ତାକୁ ପଚରାଉଚରା କରିଛନ୍ତି। ଏହି ମାମଲାରେ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ତଦନ୍ତ ଜାରି ରହିଛି।



Source link

Leave A Reply

Your email address will not be published.