ବାରିପଦା ୨୯।୬: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିର୍ଦ୍ଧାରିତ ନୀତିକାନ୍ତି ସୂଚୀ ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଛି । ସକାଳ ୫ଟା ୩୦ରୁ ସ୍ନାନ ମଣ୍ଡପକୁ ଗୋଟି ପହଣ୍ଡିରେ ତିନି ଦିଅଁ ବିଜେ କରିବା ପରେ ଗଙ୍ଗାଙ୍କ ଆବାହନ କରାଯାଇ ଅମୃତ ସ୍ନାନ, ପଇଡ ପାଣି ସ୍ନାନ ଏବଂ ତାପରେ ପ୍ରତ୍ୟେକଙ୍କୁ ୧୦୮ କୁମ୍ଭ ଜଳରେ ଶ୍ରୀ ଜୀଉ ମାନଙ୍କର ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି । ଏହାପରେ ତିନି ଠାକୁରଙ୍କର ଚନ୍ଦନ ବେଶ ଏବଂ ଫୁଲ ବେଶ ହୋଇ ସାହାଣମେଲା ଅନୁଷ୍ଠିତ ହୋଇଛି । ସନ୍ଧ୍ୟାରେ ଶ୍ରୀଜିଉମାନେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।
Also Read:- କୁଶକ୍ଷେତ୍ର ସ୍ନାନପୂର୍ଣ୍ଣିମା, ୧୦ କ୍ବିଣ୍ଟାଲ କ୍ଷୀରରେ ସ୍ନାନ କଲେ ଶ୍ରୀ ବଳଦେବଜୀଉ
ସେପଟେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଜଗନ୍ନାଥ ମନ୍ଦିରରେ ଶହ ଶହ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଛି । ଭଗବାନ ଓ ଭକ୍ତ ଏକାଠି ହୋଇଛନ୍ତି । ତେବେ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ସକାଳ ସମୟରୁ ରାତି ପର୍ଯ୍ୟନ୍ତ ମନ୍ଦିର ସମ୍ମୁଖ ଦେଇ ଯାନବାହାନ ଚଳାଚଳର ରୁଟ୍ ପରିବର୍ତ୍ତନ କରାଯାଇଛି ।
