Voice of Eastern India

ଦିନେ ହାତରେ ଧରୁଥିଲେ ବିଡ଼ାବିଡ଼ା ନୋଟ୍, କିନ୍ତୁ ଆଜି ତ୍ରିଶୂଳ : କୋଟିପତି ଜୀବନ ଛାଡି ପାଲଟିଗଲେ ସନ୍ନ୍ୟାସୀ


ନୀଳଗିରି, ୨୬।୧୧ : ଦିନେ ଥିଲେ କୋଟି କୋଟି ଟଙ୍କାର ମାଲିକ। ବିଳାସପୂର୍ଣ୍ଣ ଜୀବନ, ଧନସମ୍ପତ୍ତି ଓ ଐଶ୍ୱର୍ଯ୍ୟରେ କଟୁଥିଲା ଦିନ। ହେଲେ ଆଜି ସବୁ ମୋହମାୟା ତ୍ୟାଗ କରି ପାଲଟି ଯାଇଛନ୍ତି ସନ୍ନ୍ୟାସୀ। ହାତରେ ଧରିଛନ୍ତି ଦଣ୍ଡ, କାନ୍ଧରେ ଝୁଲୁଛି ଝୋଲା। ସଂସାରର ସମସ୍ତ ସୁଖସୁବିଧାକୁ ପଛରେ ପକାଇ ଆଧ୍ୟାତ୍ମିକ ଜୀବନକୁ ଆପଣାଇଛନ୍ତି ପୂର୍ବତନ କୋଟିପତି ବିଲ୍ଡର। ତାଙ୍କ ଜୀବନର ଏହି ଅଦ୍ଭୁତ ପରିବର୍ତ୍ତନ ଏବେ ଚର୍ଚ୍ଚାର ବିଷୟ।

କୁହାଯାଏ, ମଣିଷ ଜୀବନରେ ଧନସମ୍ପତ୍ତି ସବୁକିଛି ନୁହେଁ। ଏହାର ଜ୍ୱଳନ୍ତ ଉଦାହରଣ ଏହି ବ୍ୟକ୍ତି। ଦିନେ ବିଲ୍ଡର ଭାବେ ତାଙ୍କର ଥିଲା ବେଶ୍ ଖ୍ୟାତି। କୋଟି କୋଟି ଟଙ୍କାର କାରବାର ସହ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ହେଲେ ଜୀବନର ମୋଡ଼ ବଦଳିଗଲା। ସଂସାରର ମୋହମାୟା ଓ ଧନ ସମ୍ପତ୍ତି ପ୍ରତି ଆକର୍ଷଣ ତ୍ୟାଗ କରି ସେ ବାଛିନେଲେ ସନ୍ନ୍ୟାସ ଜୀବନ। ଏବେ ତାଙ୍କ ପାଇଁ ଧନ, ସମ୍ପତ୍ତି କିମ୍ବା ବିଳାସପୂର୍ଣ୍ଣ ଘର ନୁହେଁ, ବରଂ ଆଧ୍ୟାତ୍ମିକତା ଓ ମାନବସେବା ହିଁ ଜୀବନର ମୂଳ ଲକ୍ଷ୍ୟ।

ସାଧାରଣ ପୋଷାକ, କାନ୍ଧରେ ଝୋଲା ଓ ହାତରେ ଦଣ୍ଡ ଧରି ସେ ଏବେ ଯାତ୍ରା କରୁଛନ୍ତି। ଦିନେ ଯେଉଁ ହାତରେ କୋଟି କୋଟି ଟଙ୍କାର କାରବାର ହେଉଥିଲା, ଆଜି ସେହି ହାତରେ ରହିଛି ସନ୍ନ୍ୟାସୀଙ୍କ ଦଣ୍ଡ। ଧନସମ୍ପତ୍ତି ଥାଇ ମଧ୍ୟ ମନରେ ଶାନ୍ତି ନଥିଲେ ଜୀବନ ଅଧୁରା। ତେଣୁ ଐଶ୍ୱର୍ଯ୍ୟର ଜୀବନ ଛାଡ଼ି ଆଧ୍ୟାତ୍ମିକତାର ପଥ ବାଛିଥିବା ଏହି ବ୍ୟକ୍ତିଙ୍କ କାହାଣୀ ଏବେ ଅନେକଙ୍କୁ ଚିନ୍ତା କରିବାକୁ ବାଧ୍ୟ କରୁଛି।



Source link

Leave A Reply

Your email address will not be published.