Voice of Eastern India

ଦକ୍ଷିଣ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ କେ.ଭାଗ୍ୟରାଜଙ୍କ ପରଲୋକ, ଅମିତାଭଙ୍କ ଲାଗି କରିଥିଲେ ସିନେମା


ଚେନ୍ନାଇ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ନାମୀ ନିର୍ଦ୍ଦେଶକ କୃଷ୍ଣସ୍ୱାମୀ ଭାଗ୍ୟରାଜ ଓରଫ କେ.ଭାଗ୍ୟରାଜଙ୍କ ଶନିବାର ପରଲୋକ ହୋଇଛି। ୭୩ ବର୍ଷ ବୟଷ୍କ ଭାଗ୍ୟରଜଙ୍କ ପରଲୋକ ହୃଦଘାତ ଯୋଗୁ ହୋଇଛି। ପଛରେ ଛାଡିଯାଇଛନ୍ତି ତାଙ୍କ ପତ୍ନୀ ପୂର୍ଣ୍ଣିମା ଭାଗ୍ୟରାଜ, ପୁଅ ଶାନ୍ତନୁ ଓ ଝିଅ ଶରଣ୍ୟାଙ୍କୁ। ଶାନ୍ତନୁ ମଧ୍ୟ ତାମିଲ ଓ ମଲୟାଲମ ଫିଲ୍ମର ଜଣେ ନାମୀ ଅଭିନେତା। ପରଲୋକ ପୂର୍ବରୁ ଶେଷଥର ଭାଗ୍ୟରାଜଙ୍କୁ ଖୁସୁବୁ ସୁନ୍ଦରଙ୍କ ଝିଅ ବାହାଘରରେ ଦେଖା ଯାଇଥିଲା।

ଫିଲ୍ମ ଇଣ୍ଡଷ୍ଟ୍ରିରେ ୪୦ ବର୍ଷରୁ ଅଧିକ ସମୟ ବିତାଇଥିବା ଭାଗ୍ୟରାଜ ଜଣେ ନିର୍ଦ୍ଦେଶକ ସହିତ ଲେଖକ, ପ୍ରଯୋଜକ ଓ ଅଭିନେତା ମଧ୍ୟ ଥିଲେ। ୧୯୭୯ରେ ମୁକ୍ତିଲାଭ କରିଥିବା ତାମିଲ ଫିଲ୍ମ ‘ସୁବରିଲାଧା ଚିଟ୍ଠିରଙ୍ଗଲ’ ଫିଲ୍ମରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ ଅନେକ ଫିଲ୍ମ ପାଇଁ ପଟକଥା ଓ ସ୍କ୍ରିନପ୍ଲେ ଲେଖି ସାରିଥିଲେ। ତେବେ କେବଳ ତାମିଲ କି ମଲୟାଲମ ନୁହେଁ ସେ ହିନ୍ଦୀ ଫିଲ୍ମ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ସେ ତାଙ୍କ ତାମିଲ ଫିଲ୍ମର ହିନ୍ଦୀ ରିମେକ୍ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ଫିଲ୍ମ ‘ଓରୁ କାୟିଧିନ ଡାୟେରୀ’କୁ ସେ ୧୯୮୬ ମସିହାରେ ହିନ୍ଦୀରେ ‘ଆଖିରୀ ରାସ୍ତା’ନାମରେ ନିର୍ମାଣ କରିଥିଲେ। ଏଥିରେ ବଲିଉଡ ବିଗ୍ ବି ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଫିଲ୍ମ ସୁପରଡୁପର ହିଟ୍ ହୋଇଥିଲା।

ଆଜିର ଲାର୍ଜସ୍କେଲ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସୁରକ୍ଷିତ ଦୂରତାରେ ଭାଗ୍ୟରାଜଙ୍କ ସିନେମାର ଏକ ଅଲଗା ପରିଚୟ ରହିଛି। ନିଜ ଫିଲ୍ମ ଲେଖିବା, ନିର୍ଦ୍ଦେଶନାଦେବା ଓ ସେଥିରେ ଅଭିନୟ କରିବା ସହିତ ଭାଗ୍ୟରାଜ ମ୍ୟୁଜିକ୍ ମଧ୍ୟ ଦେଉଥିଲେ। ଆଜି ତାଙ୍କୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଆଇକନ ଭାବେ ଦେଖା ଯାଉଛି।



Source link

Leave A Reply

Your email address will not be published.