Voice of Eastern India

ଡ଼ରାଇଲାଣି ବୈତରଣୀ ଓ ସାଳନ୍ଦୀ, ବଢୁଛି ୨ ନଦୀର ଜଳସ୍ତର


ଭଦ୍ରକ ୧୬।୦୮ : ପୁଣି ଫୁଲିବା ଆରମ୍ଭ କରିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ ବିପଦ ସଙ୍କେତ 18.33 ମିଟର ଥିବା ବେଳେ ଏବେ 18.38 ମିଟର ରେ ବନ୍ୟା ଜଳ ପ୍ରବାହିତ ହେଉଛି । ରାଜଘାଟଠାରେ ସାଳନ୍ଦୀ ନଦୀ ମଧ୍ୟ ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି ।

ସେହିପରି ଶନିବାର ନଦୀର ଜଳସ୍ତର କମିଥିଲା, କିନ୍ତୁ ପୁଣି ଲଗାଣ ବର୍ଷାରେ ପୁଣି ଫୁଲିଛି। ଭଦ୍ରକ ଆରଡ଼ି ରାସ୍ତାର କୋଠାର ଠାରେ ରାସ୍ତା ରେ ବନ୍ୟା ପାଣି ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଧାମନଗର, ତିହିଡି ଓ ଭଣ୍ଡାରିପୋଖରୀର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ତିହିଡି ବ୍ଲକ ର ବାରୋ, ବିଲନା, ବାରସର, ଧାମନଗର ବ୍ଲକ ଅଧିନ ଧୁଷୁରୀ, ଅସୁରାଳୀ, ରଇପୁର ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି। ପୁଣି ଥରେ ବନ୍ୟା ଆସିବା ଫଳରେ ସ୍ଥିତି ସଙ୍ଗିନ ହୋଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ସହ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି।

Watch Video:-

 



Source link

Leave A Reply

Your email address will not be published.