ଭୋଗରାଇ ୧୪।୭: ବଙ୍ଗୋପସାଗରରେ ଟ୍ରଲର ବୁଡ଼ି ଘଟଣାରେ ମୃତ୍ୟୁ ହୋଇଥିବା ମତ୍ସ୍ୟଜୀବୀଙ୍କର ହେବ ଶବ ବ୍ୟବଚ୍ଛେଦ । ମୃତଦେହ ଗୁଡ଼ିକ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଡିଏନଏ ନମୁନା ସଂଗ୍ରହ ପରେ ପ୍ରାୟ ୭ ଦିନ ମଧ୍ୟରେ ରିପୋର୍ଟ ଆସିବାର ସମ୍ଭାବନା ରହିଛି । ରିପୋର୍ଟ ଆଧାରରେ ମୃତଦେହ ସମ୍ପୃକ୍ତ ପରିବାରଙ୍କୁ ହସ୍ତାନ୍ତର କରାଯିବ। ରିପୋର୍ଟ ଆସିଲେ DNA ରିପୋର୍ଟ ଅନୁଯାୟୀ ମୃତଦେହ ହସ୍ତାନ୍ତର କରାଯିବ ।
Also Read:- ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ଜୋର, ଏମିତି କହିଲେ ବରିଷ୍ଠ ବିଜେଡି ନେତା
ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା ପ୍ରଶାସନର ଏକ ଟିମ୍ ପଶ୍ଚିମବଙ୍ଗ କାକଦ୍ବୀପରେ ପହଞ୍ଚିଛି । ସେଠାକାର ପ୍ରଶାସନ ସହ ଓଡ଼ିଶାର ପ୍ରାଶାସନିକ ଟିମ୍ ଆଲୋଚନା କରିଛନ୍ତି । ଏହି ଦୁର୍ଘଟଣାରେ ନିଖୋଜ ଥିବା ୧୫ ଜଣ ମତ୍ସ୍ୟଜୀବୀଙ୍କୁ ଖୋଜିବା ଓ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି । ନିଖୋଜ ମାନଙ୍କ ମଧ୍ୟରେ ୩ ଜଣ ଓଡ଼ିଶାର ମତ୍ସ୍ୟଜୀବୀ ଥିବା ସୂଚନା ମିଳିଛି ।
