Voice of Eastern India

ଟାଟା ସନ୍ସ ବୋର୍ଡ ବୈଠକ ଉପରେ ରୋକ ଲଗାଇବାକୁ ମନା କଲେ ବମ୍ବେ ହାଇକୋର୍ଟ


ନୂଆଦିଲ୍ଲୀ: ଶୁକ୍ରବାର (ନଭେମ୍ବର ୩୦) ହେବାକୁ ଥିବା ଟାଟା ସନ୍ସ ବୋର୍ଡ ବୈଠକ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ବମ୍ବେ ହାଇକୋର୍ଟ। କୋର୍ଟ କହିଛନ୍ତି ଯେ ବୈଠକ ନିର୍ଦ୍ଧାରିତ ତାରିଖ ଅନୁସାରେ ହେବ। କିନ୍ତୁ ଏହାର ନିଷ୍ପତ୍ତି ଆବେଦନର ଫଳାଫଳ ଉପରେ ନିର୍ଭର କରିବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୧ ଜାନୁଆରୀ ୨୦୨୭ରେ ହେବ।

ଟାଟା ସନ୍ସ ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନଙ୍କ ତୃତୀୟ କାର୍ଯ୍ୟକାଳକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ଶୁଣାଣି କରାଯାଇଥିଲା। ଟାଟା ସନ୍ସରେ ୬୬% ଅଂଶଧନ ରଖିଥିବା ଟାଟା ଟ୍ରଷ୍ଟ ଗୁରୁବାର ଦିନ ଏହି ଆବେଦନ ଦାଖଲ କରିଥିଲା। ଏଥିରେ କୁହାଯାଇଛି ଯେ ସେପ୍ଟେମ୍ବର ୧୭ ତାରିଖରେ ହୋଇଥିବା ବୋର୍ଡ ମିଟିଂରେ ଚନ୍ଦ୍ରଶେଖରନଙ୍କୁ ଦ୍ୱିତୀୟ ଥର ଚେୟାରମ୍ୟାନ୍ କରାଯିବା ନିଷ୍ପତ୍ତି କମ୍ପାନୀ ନିୟମ ବିରୁଦ୍ଧରେ ନିଆଯାଇଛି। ତେଣୁ ଆଇନଗତ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଏହାକୁ ରଦ୍ଦ କରିବା ଉଚିତ ବୋଲି ଟାଟା ଟ୍ରଷ୍ଟ କହିଛି।

ତେବେ ମାମାଲାକୁ ନେଇ କୋର୍ଟକୁ ଯିବା ପ୍ରସଙ୍ଗରେ ଟ୍ରଷ୍ଟ ମଧ୍ୟରେ ମଧ୍ୟ ମତଭେଦ ରହିଛି। ଟ୍ରଷ୍ଟର କିଛି ସଦସ୍ୟ ମାମଲାର କୋର୍ଟ ଶୁଣାଣିକୁ ବିରୋଧ କରୁଥିବା ବେଳେ କିଛି ସଦସ୍ୟ ଏହାକୁ ସମର୍ଥନ କରିଥିଲେ। ୫ ଜଣଙ୍କ ମଧ୍ୟରୁ ତିନି ଜଣ ଟ୍ରଷ୍ଟି ନୋଏଲ ଟାଟା, ତାଙ୍କ ପୁଅ ନେଭିଲ ଟାଟା ଓ ଭାସ୍କର ଭଟ କୋର୍ଟ ଯିବା ସପକ୍ଷରେ ଭୋଟ ଦେଇଥିଲେ। ସେହିପରି ବେଣୁ ଶ୍ରୀନବାସନ ଓ ବିଜୟ ସିଂହ ଏହା ବିପକ୍ଷରେ ଭୋଟ୍ ଦେଇଥିଲେ।

Also Read- ବଦଳିପାରେ ଟ୍ରାଫିକ ନିୟମ: ରୁଲ ଭାଙ୍ଗିଲେ ଚାଲାଣ ତ ଭରିବେ, ଇନ୍ସୁରାନ୍ସ ବି ମହଙ୍ଗା ହୋଇଯିବ

ସୂଚନା ଥାଉକି ସେପ୍ଟେମ୍ବର ୧୭ ତାରିଖରେ ଟାଟା ସନ୍ସର ବୋର୍ଟ ମିଟିଂରେ ଏନ ଚନ୍ଦ୍ରଶେଖରନଙ୍କୁ ଆସନ୍ତା ୫ ବର୍ଷ ପାଇଁ ପୁଣିଥରେ ଚେୟାରମ୍ୟାନ୍ କରିବାକୁ ଚର୍ଚ୍ଚା ହୋଇଥିଲା। ଏଥିରେ ଟ୍ରଷ୍ଟର ଦୁଇ ନିର୍ଦ୍ଦେଶକଙ୍କ ମଧ୍ୟରେ ମତଭେଦ ରହିଥିଲା। ନୋଏଲ ଟାଟା ଏହାକୁ ବିରୋଧ କରିଥିବା ବେଳେ ବେଣୁ ଶ୍ରୀନିବାସନ ଏହାକୁ ସମର୍ଥନ କରିଥିଲେ। ମିଟିଂରେ ଅଧ୍ୟକ୍ଷତା କରୁଥିବା ହରିଶ ମାନୱାନୀ ଭୋଟିଂକୁ ବରାବର ଥିବା ବିଚାର କରି ଚନ୍ଦ୍ରଶେଖରଙ୍କ ପକ୍ଷରେ ନିଜର ଭୋଟ ଦେଇଥିଲେ।

କେବଳ ସେତିକି ନୁହେଁ, ବେଣୁ ଶ୍ରୀନିବାସନ ଓ ଅନ୍ୟ ଡାଇରେକ୍ଟର୍ସ ଟାଟା ସନ୍ସକୁ ଶେୟାର ବଜାରରେ ଲିଷ୍ଟିଂ କରିବାକୁ ବି ଅନୁମତି ଦେଇଥିଲେ। ଏଥିରେ ନୋଏଲ ଟାଟା କିନ୍ତୁ ଖୁସୀ ନଥିଲେ। ଏହି ମାମଲାରେ ବମ୍ବେ ହାଇକୋର୍ଟଙ୍କ ପରବର୍ତ୍ତି ରାୟ ଉପରେ ସମସ୍ତଙ୍କ ନଜର ରହିବ। ଏହା ବାଦ ୩୦ ନଭେମ୍ବରରେ ହେବାକୁ ବୋର୍ଡ଼ ମିଟିଂ ମାମଲାରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ।



Source link

Leave A Reply

Your email address will not be published.