Voice of Eastern India

ଝିଅର ନିର୍ବନ୍ଧ ପୂର୍ବରୁ ମାଆ ଫେରାର, ସୋସିଆଲ ମିଡିଆରେ ଫଟୋ ଆସିବା ପରେ ହଇଚଇ…


ମୁମ୍ବାଇ: ଝିଅର ନିର୍ବନ୍ଧକୁ ଥିଲା ଆଉ ମାତ୍ର ୫ ଦିନ। ପ୍ରସ୍ତୁତିରେ ଲାଗିପଡ଼ିଥିଲା ପୂରା ପରିବାର। ନିର୍ବନ୍ଧ ପାଇଁ ସମ୍ପର୍କୀୟମାନେ ବି ଘରକୁ ଆସୁଥାନ୍ତି। ସେପଟେ ଚାଲିଥାଏ ସାଜସଜା। ଘରେ ଥାଏ ପୂରା ଖୁସିର ମାହୋଲ। ହେଲେ ଏହାରି ଭିତରେ ଘଟିଗଲା ଏକ ଅଭାବନୀୟ ଘଟଣା। ଯାହା ପୂରା ପରିବାରକୁ ନ୍ଦ୍ବନ୍ଦ୍ବ ସହ ପକାଇଦେଇଥିଲା ଚିନ୍ତାରେ। କାରଣ ହଠାତ ଖବର ଆସିଥିଲା ଝିଅର ମାଆ ନିଖୋଜ ହୋଇଯାଇଛନ୍ତି।

ନ୍ୟୁଜ ୧୮ ମରାଠୀର ରିପୋର୍ଟ ଅନୁସାରେ, ଏହି ଘଟଣା ମହାରାଷ୍ଟ୍ରର ଜଲଗାଓଁ ଜିଲ୍ଲାର ଜାମନେର ଟାଉନରେ ଘଟିଛି। ତେବେ ଘଟଣା ଜଣାପଡ଼ିବା ପରେ ପରିବାରରେ ହଇଚଇ ଖେଳିଯାଇଥିଲା। ପରିବାର ଲୋକେ ମହିଳାଙ୍କୁ ସବୁଆଡ଼େ ଖୋଜିଥିଲେ। ଏମିତିକି ତାଙ୍କର ସବୁ ବନ୍ଧୁ ଏବଂ ଅନ୍ୟ ସମ୍ପର୍କୀୟଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ। ହେଲେ ପ୍ରାୟ ୨ ଦିନ ଧରି ଏଭଳି ଖୋଜିବା ପରେ ବି ମହିଳାଙ୍କର କୌଣସି ସନ୍ଧାନ ମିଳିନଥିଲା।

ତୃତୀୟ ଦିନ ଆସିଥିଲା ଘଟଣାରେ ଆସିଥିଲା ଟ୍ବିଷ୍ଟ୍

ଏହାର ମଧ୍ୟରେ ଦୁଇ ଦିନ ବିତିଯାଇଥାଏ। ଏବେବି ଚିନ୍ତାରେ ଥା’ନ୍ତି ପରିବାର ଲୋକେ। ହେଲେ ଏହାରି ମଧ୍ୟରେ ଆସିଥିଲା ଘଟଣାରେ ଟ୍ବିଷ୍ଟ୍। ପରିବାରର ଜଣେ ସମ୍ପର୍କୀୟ ଦେଇଥିଲେ ଏକ ଚାଞ୍ଚଲ୍ୟକର ତଥ୍ୟ। ସେ କହିଥିଲେ ଝିଅର ମାଆ ଅନ୍ୟତ୍ର ବିବାହ କରିଛନ୍ତି। ଏମିତିକି ସେ ଏହାର ହ୍ବାଟ୍ପଆପ୍ ଷ୍ଟାଟସ ମଧ୍ୟ ଦେଖାଇଥିଲେ। ଯାହାକୁ ଦେଖି ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯାଇଥିଲା। ଜଣାପଡ଼ିଥିଲା ଯେ, ମହିଳା ଜଣକ ଏକ ମନ୍ଦିରରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଛନ୍ତି। ଆଉ ଉକ୍ତ ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ।

Also Read: ୮ ବର୍ଷରୁ ମଦ୍ୟପାନ କରୁଛନ୍ତି ଛାତ୍ରଛାତ୍ରୀ ! ଏବେ କ୍ଲବ୍ ଏବଂ ବାର୍ ଯିବା ପାଇଁ ଦରକାର ପରିଚୟ ପତ୍ର, ଲାଗିଲା କଟକଣା

ରିପୋର୍ଟ ଅନୁସାରେ, ଏହାପରେ ପରିବାର ଜାମନେର ପୋଲିସରେ ଅଭିଯୋଗ କରିଥିଲେ । ଆଗକୁ ଝିଅର ନିର୍ବନ୍ଧ ହେବାକୁ ଥିବାରୁ ଲୋକଲଜ୍ଜା ଏବଂ ମାନସମ୍ମାନ ତଳେ ପଡ଼ିବା ଭୟରେ ପରିବାର ପୋଲିସକୁ ଏହି ଫଟୋକୁ ସୋସିଆଲ ମିଡିଆରେ ଯେପରି ଅଧିକ ସେୟାର ନହେବ ସେଥିପାଇଁ ଅନୁରୋଧ କରିଥିଲେ। ତେବେ ଏହି ଘଟଣା ଜଲଗାଁଓ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।



Source link

Leave A Reply

Your email address will not be published.