Voice of Eastern India

ଜାମତରା ଗ୍ୟାଙ୍ଗକୁ ସିମ୍ କାର୍ଡ ଯୋଗାଣ ଅଭିଯୋଗ: ସମ୍ବଲପୁରରୁ ୩ ଗିରଫ


ସମ୍ବଲପୁର: ଜାମତରା ସାଇବର ଠକେଇ ଗ୍ୟାଙ୍ଗକୁ ସମ୍ବଲପୁରରୁ ସିମ୍ କାର୍ଡ ଯୋଗାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ପୋଲିସ। ଏମାନେ ଗ୍ରାହକଙ୍କ ନାଁରେ ଅତିରିକ୍ତ ସିମ୍ କାର୍ଡ ଆକ୍ଟିଭେଟ୍ କରି ଏହାକୁ ଜାମତରା ଗ୍ୟାଙ୍ଗକୁ ବିକ୍ରି କରୁଥିବା ନେଇ ଜାଣିବାକୁ ପାଇଛି ପୋଲିସ ।

ପୋଲିସର ସୂଚନା ଅନୁସାରେ, ସମ୍ବଲପୁରର ୩ଟି ସିମ୍ ଆକ୍ଟିଭେସନ୍ ସେଣ୍ଟରରୁ ଏହି କାରବାର ଚାଲିଥିଲା। ମାଳତି କମ୍ୟୁନିକେଶନ, ଏମାନୁଆଲ ଟେଲି କମ୍ୟୁନିକେଶନ ଏବଂ ସୁରଜ ଷ୍ଟୋର ମାଧ୍ୟମରେ ସିମ୍ କାର୍ଡ ଆକ୍ଟିଭେସନ୍ କରାଯାଉଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, କୌଣସି ଗ୍ରାହକ ସିମ୍ କାର୍ଡ କିଣିବାକୁ ଆସିଲେ ଏଠାରେ ତାଙ୍କ ନାଁରେ ଗୋଟିଏ ବଦଳରେ ଦୁଇଟି ସିମ୍ କାର୍ଡ ଆକ୍ଟିଭେଟ୍ କରାଯାଉଥିଲା। ପରେ ଅତିରିକ୍ତ ସିମ୍ କାର୍ଡଗୁଡ଼ିକୁ ଅଧିକ ଦାମରେ ଜାମତରା ଗ୍ୟାଙ୍ଗକୁ ବିକ୍ରି କରାଯାଉଥିଲା। ଏହି ସିମ୍ କାର୍ଡଗୁଡ଼ିକୁ ସାଇବର ଠକେଇରେ ବ୍ୟବହାର କରାଯାଉଥିବା ପୋଲିସ କହିଛି।

Also Read: ପାରିବାରିକ କଳହରୁ ଚରମ ପଦକ୍ଷେପ, ଝିଅକୁ ଧରି ଦୟାନଦୀକୁ ଡେଇଁବାକୁ ଉଦ୍ୟମ କଲେ ମହିଳା

ତେବେ ଅଭିଯୋଗ ପରେ ତଦନ୍ତ କରି ସମ୍ବଲପୁର ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୧୨୦ଟି ଏୟାରଟେଲ୍ ସିମ୍ କାର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରଜ ବାଗ, ମାଳତି ଓରାମ ଏବଂ ସେକ୍ ପରବେଜ୍। ଘଟଣାରେ ଆହୁରି କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।



Source link

Leave A Reply

Your email address will not be published.