ନୟାଗଡ଼: ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର ନୂଆଗାଁ ଥାନା ମହିତମା ନିକଟରେ କାର୍ ସହିତ ଏକ ଆଇଚର ମିନିଟ୍ରକ ମଧ୍ୟରେ ଧକ୍କା। ଘଟଣାରେ କାରରେ ଥିବା ଜଣେ ଗୁରୁତର ଆହତ ହୋଇଛନ୍ତି l ଅପରାହ୍ନରେ ହୋଇଥିବା ଏହି ଛାତିଥରା ଦୁର୍ଘଟଣାର ଚିତ୍ର ସିସି ଟିଭି କ୍ୟାମେରାରେ କଏଦ୍ ହୋଇଛି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ଓଡି ୦୨ ସି କ୍ୟୁ ୨୧୯୨ ବିଶିଷ୍ଟ ଆଇଚର୍ ଟ୍ରକ୍ ଦଶପଲ୍ଲାରୁ ନୟାଗଡ ଅଭିମୁଖେ ଯାଉଥିବା ବେଳେ ନୟାଗଡରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ଓ ଆର ୦୨ ଏପି ୯୫୧୫ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଧକ୍କା ଦେଇ ଟ୍ରକ୍ ରାସ୍ତାକଡକୁ ପଶିଯାଇଥିଲା । ଖବର ପାଇ ନୂଆଗାଁ ଥାନା ପୋଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣl ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଦଶପଲ୍ଲା ମେଡ଼ିକାଲକୁ ପଠାଇଥିଲେ l ଦୁର୍ଘଟଣା ପରେ ଆଇଚର୍ ଟ୍ରକର ଡ୍ରାଇଭର୍ ଫେରାର୍ ହୋଇଯାଇଛି । ନୂଆଗାଁ ଥାନା ପୋଲିସ୍ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଜାରି ରଖିଛି l
Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଦୁଇ ଚାଳକଙ୍କ ମୃତ୍ୟୁ, ଜଣେ ଆରୋହୀ ଆହତ
Source link
