Voice of Eastern India

ଛକିଥିଲା ବାଘୁଣୀ ‘ଯମୁନା’, ବଳଦଙ୍କୁ ଖୋଜି ଖୋଜି ଅଭୟାରଣ୍ୟ ଭିତରକୁ ପଶିଗଲେ ଯୁବକ, ତା’ ପରେ…




ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି କୁଲଡିହା ଅଭୟାରଣ୍ୟରେ ମୁହଁମୁହିଁ ହୋଇଛନ୍ତି ମଣିଷ-ବାଘୁଣୀ । ଅଭୟାରଣ୍ୟରେ ମହାବଳ ମହାବଳ ବାଘୁଣୀ ଯମୁନାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ହସ୍ପିଟାଲ ପରେ ବାଲେଶ୍ୱର ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ବାଲିଆନାଳ ବିଟ୍ ଅଧିନ ନଟାପଡା ଅଞ୍ଚଳରେ ବାଘୁଣୀ ଆକ୍ରମଣର ଶିକାର ହୋଇଛନ୍ତି ଯୁବକ । ଏହି ଅଞ୍ଚଳର ସୁନୀଲ କୁମାର ସିଂ ନାମକ ଯୁବକ ବିଲରେ ହଳ କରୁଥିବା ସମୟରେ ବଳଦଗୁଡିକ ଅଭୟାରଣ୍ୟ ଭିତରକୁ ଚାଲିଯାଇଥିଲେ । ବଳଦ ଖୋଜିବାକୁ ଯାଇଥିବା ବେଳେ ବାଘୁଣୀ ଯମୁନା ତାଙ୍କୁ ଆକ୍ରମଣ କରିଥିଲା ।ତାଙ୍କ ଚିତ୍କାର ଶୁଣି ବିଲରେ କାମ କରୁଥିବା ଅନ୍ୟ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ । ସୁନୀଲଙ୍କ ତାଙ୍କ ହାତ, ଗୋଡ଼, ପିଚାରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ, ବଂଶବୃଦ୍ଧି ଲକ୍ଷ୍ୟ ନେଇ ଦୁଇବର୍ଷ ତଳେ ମହାରାଷ୍ଟ୍ରରୁ ଦୁଇଟି ବାଘୁଣୀ ‘ଜୀନତ୍‌’ ଓ ‘ଯମୁନା’କୁ ଅଶିମିଳିପାଳ ଅଭୟାରଣ୍ୟରେ ଛଡ଼ାଯାଇଥିଲା । ଉଭୟ ଶିମିଳିପାଳରୁ ଅନ୍ୟତ୍ର ଚାଲିଯାଇଥିଲେ । ପରେ ‘ଜୀନତ୍‌’ ଶିମିଳିପାଳକୁ ଫେରିଆସିଥିଲା । ନିକଟରେ ସେ ମା’ ହୋଇଛି । ହେଲେ ଯମୁନା ଅଧିକାଂଶ ସମୟରେ ଲୁଚକାଳି ହେଉଛି । ଗତ ଜୁନ ମାସ ପ୍ରଥମ ସପ୍ତାହରେ ଯମୁନା ମିଳୁନି ବୋଲି ଖବର ସାମନାକୁ ଆସିଥିଲା । ବାଘୁଣୀ ବେକରେ ଲଗାଯାଇଥିବା ରେଡିଓ କଲାର୍‌ ଖରାପ ହୋଇଯାଇଛି। ଫଳରେ ତା’ର ଗତିବିଧି ବିଷୟରେ ବନ ବିଭାଗ ଠିକ୍‌ ଆକଳନ କରିପାରୁନି ବୋଲି ଜଣାପଡ଼ିଥିଲା ।



Source link

Leave A Reply

Your email address will not be published.