Voice of Eastern India

ଚେନ୍ନାଇ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା : ୫ ଓଡିଆ ମୃତ, ସରକାର ଦେବେ କ୍ଷତିପୁରଣ


ଭୁବନେଶ୍ୱର,|୦୬:ତାମିଲନାଡୁର ଚେନ୍ନାଇ ନିକଟସ୍ଥ ଏକ ସି-ଫୁଡ୍ ପ୍ରୋସେସିଂ କାରଖାନାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍ ଦୁର୍ଘଟଣାରେ ଓଡ଼ିଶାର ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ କେନ୍ଦୁଝର ଅଞ୍ଚଳର ଜୁମାନୀ ଜୁଆଙ୍ଗ (୧୯) ଥିବାବେଳେ ଅନ୍ୟ ମୃତକ ହେଲେ ମାଲୋଥି ଯୁଆଙ୍ଗ । ଘଟଣା ପରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ମୃତ ଶ୍ରମିକଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ କରାଯିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ଯୋଜନା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି।

Also Read :-Speaker rejects disqualification plea: କଂଗ୍ରେସର ୩ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ଖାରଜ କଲେ ବାଚସ୍ପତି

ସେ ଆହୁରି କହିଛନ୍ତି ଯେ, ତିରୁଭାଲ୍ଲୁର ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ,ଆମୋନିଆ ଗ୍ୟାସ ଲିକ୍ ଘଟଣାରେ କିଛି ମହିଳା ଶ୍ରମିକଙ୍କ ଜୀବନ ଯାଇଛି ଓ ସେମାନେ ଓଡ଼ିଶାର ବାସିନ୍ଦା ଥିଲେ ଏବଂ ସମ୍ପୃକ୍ତ କାରଖାନାରେ କାର୍ଯ୍ୟରତ ଥିଲେ। ଘଟଣା ଜଣାପଡ଼ିବା ପରେ ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗ କରି ଘଟଣା ସ୍ଥଳରେ ପହଁଞ୍ଚି ପରିସ୍ଥିତିର ଅନୁଧ୍ୟାନ କରୁଛି।

ସେହିପରି ମୃତକଙ୍କ ପରିବାରକୁ ଆବଶ୍ୟକ ସହାୟତା ପ୍ରଦାନ,କ୍ଷତିପୂରଣ ମିଳିବା ନେଇ ସୁନିଶ୍ଚିତ କରିବା ଏବଂ ମୃତଦେହକୁ ନିଜ ଗାଁକୁ ଆଣିବା ପାଇଁ ବିଭାଗୀୟ ଟିମ୍ କାର୍ଯ୍ୟ କରୁଛି । ଶ୍ରମିକ କଲ୍ୟାଣ ଯୋଜନା ଓ ଇ.ଏସ.ଆଇ. ସୁବିଧା ଅନୁଯାୟୀ ଯେଉଁ ସମସ୍ତ ସହାୟତା ମିଳିବାର ଅଧିକାର ରହିଛି,ତାହା ପରିବାରକୁ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏତତ୍ ବ୍ୟତୀତ, ଦୁର୍ଘଟଣାର କାରଣ ଓ କାରଖାନାର ସୁରକ୍ଷା ବ୍ୟବସ୍ଥା ନେଇ ତଦନ୍ତ ଚାଲିଥିବା ବେଳେ,ମୃତ ଶ୍ରମିକଙ୍କ ପରିବାରକୁ ନ୍ୟାୟ ଓ ସମସ୍ତ ପ୍ରାପ୍ୟ ସହାୟତା ମିଳିବା ପାଇଁ ସରକାର ଉପଯୁକ୍ତ ପଦକ୍ଷେପ ନେଉଥିବା ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି ।



Source link

Leave A Reply

Your email address will not be published.