Voice of Eastern India

ଚିତ୍ରୋତ୍ପଳା ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଜାଲରେ ଲାଗିଥିଲା ଶବ


ମାର୍ଶାଘାଇ: ଚିତ୍ରୋତ୍ପଳା ନଦୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ଆଖୁଆ ଦକ୍ଷିଣୀ ପଞ୍ଚାୟତର ଓରିଶବିନ୍ଧା ଗ୍ରାମ କାଳୀଗଡ଼ା ନିକଟରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଚିତ୍ରୋତ୍ପଳା ନଦୀରେ ମାଛ ଧରିବା ପାଇଁ ଦିଆଯାଇଥିବା ଏକ ଭଷା ଜାଲରେ ମହିଳାଙ୍କ ମୃତଦେହ ଲାଗିଥିବା କିଛି ଲୋକ ଦେଖିଥିଲେ। ଏନେଇ ପାଟକୁରା ଥାନା ଓ ଗରଦପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଜାଲରୁ ମୃତଦେହକୁ ଉଦ୍ଧାର କରିଥିଲେ। ମୃତ ମହିଳା ହେଲେ ଗରଦପୁର ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ୬୨ ବର୍ଷୀୟା ନିର୍ମଳା ନାୟକ।

Also Read: ପ୍ରୋସେସନ ବନ୍ଦ କରିବାକୁ କହିବାରୁ ଉତ୍ତେଜନା, ଫାଟିଲା ସବ୍ ଇନ୍ସପେକ୍ଟରଙ୍କ ମୁଣ୍ଡ, କନଷ୍ଟେବଲ ଆହତ

ସୂଚନା ଅନୁଯାୟୀ, ନିର୍ମଳା ପ୍ରତିଦିନ ଭଳି ନଦୀକୁ ଶୌଚ ହେବା ପାଇଁ ଯାଇଥିଲେ। ତେବେ ସେ ଘରକୁ ଫେରିନଥିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଅପରାହ୍ନରେ କାଳୀଗଡ଼ା ନିକଟରେ ଏକ ଅପରିଚିତ ମହିଳାଙ୍କ ମୃତଦେହ ମାଛଧରା ଜାଲରେ ଲାଗିଥିବା ଖବର ପ୍ରଚାର ହେବା ପରେ ନିର୍ମଳାଙ୍କ ସ୍ୱାମୀ, ପୁଅ ଓ ପରିବାର ସଦସ୍ୟମାନେ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ଅଗ୍ନିଶମ ବାହିନୀ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି। ଘଟଣାକୁ ନେଇ ପାଟକୁରା ପୁଲିସ ତଦନ୍ତ ଜାରି ରଖିଛି।



Source link

Leave A Reply

Your email address will not be published.