Voice of Eastern India

ଚାମେଲି କରିବେ କ’ଣ ? ଧମକ ଦେଉଛି ଗ୍ୟାଙ୍ଗଷ୍ଟର୍ ସାଜନ ! ଭାଇରାଲ ହେଲା ଅଡିଓ କ୍ଲିପ୍…


ଭୁବନେଶ୍ୱର, ୨୯। ୦୭ : ‘ଗ୍ୟାଙ୍ଗଷ୍ଟର୍ ସାଜନ୍ ବେହେରା ଯଦି ମୁଣ୍ଡ ପୂରାଇ ନଥାନ୍ତା ତାହେଲେ କିଛି ହୋଇନଥାନ୍ତା। ସାଜନ୍ ମୁଣ୍ଡ ପୂରାଇବାରୁ ସମସ୍ତେ ଚୁପ୍। କେହି ଆଉ ପଟି ଖୋଲିଲେନି। ଭୟରେ ତାକୁ ଡରି ସମସ୍ତେ ଚୁପ୍ ରହିଲେ। ସେ ଆମକୁ ଧମକ ଦେଲା ଓ ମରିଦେବ ବୋଲି କହିଲା। ତେଣୁ ଆମେ ଚୁପ୍ ରହିବାକୁ ବାଧ୍ୟ ହେଲୁ । ଇଚ୍ଛା ନଥାଇ ବି ତୁମ ବିରୋଧରେ ଅଭିଯୋଗ କଲୁ’ – ବୋଲି ଭାଇରାଲ୍ ଅଡିଓରେ କହୁଛତି ତିଖିରି ପଞ୍ଚୟତର ଜଣେ ଓ୍ୱାର୍ଡସଭ୍ୟା।

ତିଖିରି ସରପଞ୍ଚ ଚାମେଲି ଓଝା ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ସମ୍ପର୍କରେ ସଂପୃକ୍ତ ମହିଳା ଓ୍ୱାର୍ଡସଭ୍ୟଙ୍କ ସହ ଫୋନରେ କଥା ହେଉଥିବା ବେଳେ ଓ୍ବାର୍ଡସଭ୍ୟ କହୁଛନ୍ତି କି, ମୁଁ ତ ଘରେ ରହିଲି। ସେ (ସ୍ବାମୀ)ତ ସବୁବେଳେ ବାହାରେ ବୁଲୁଛନ୍ତି। ରାତିଅଧ, ତିନି ପହରେ ସବୁବେଳେ ସେ ଘରକୁ ଫେରୁଛନ୍ତି । ତାଙ୍କର ଯଦି ସାଜନ୍ କିଛି ଅନିଷ୍ଟ କରିଦେବ, ସେ କ’ଣ କରିବେ ? ଦେଖୁନ ବିଭୁ ସାହୁକୁ ଦିନ ଦ୍ଵିପ୍ରହରରେ ସାଜନ ପୋଡ଼ି ମାରିଦେଲା। ସାଜନ୍ ମଝିରେ ସ୍ବାମୀଙ୍କୁ ମୋ ବିଷୟରେ ପଚାରିଲା । ସେ ମନା କରିବାରୁ ତାଙ୍କୁ ନାଲିଆଖି ଦେଖାଇଥିଲା। ମୋର କୌଣସି ଭୁଲ୍ ନାହିଁ। ତୁମକୁ ସମର୍ଥନ କରୁଥିଲେ ମଧ୍ୟ ତୁମ ବିରୋଧରେ ଅଭିଯୋଗ କରିବାର କିଛି ଚାରା ନାହିଁ ମୋ ପାଖରେ। ମୁଁ ବହୁତ ସତର୍କ ହୋଇ ଅଭିଯୋଗ କରିଥିଲି। ଧମକଚମକ ଦେଇ ମୋଠାରୁ ଦସ୍ତଖତ ନେଇଥିଲେ।

Also Read :- ବନ୍ୟାରେ ଭାସିଲାଣି ୫ ଜିଲ୍ଲା ! ଆହୁରି ଫୁଲିବ ନଦୀ, ଆଜି ଅତି ପ୍ରବଳ ବର୍ଷା ସମ୍ଭାବନା

କଥାବାର୍ତ୍ତାରେ ସେ ଆହୁରି କହିଛନ୍ତି ଯେ, ତେରଗାଁ, ଧନିଆପଡ଼ା, ନୂଆଗାଁରେ ରହୁଥିବା ସାଜନର ସହଯୋଗୀମାନେ ଆମ ଘର ପାଖରେ ପହଞ୍ଚି ଧମକ ଦେଇଥିଲେ। ଦସ୍ତଖତ ନେଲେ ଓ ଯାଞ୍ଚ୍ ବେଳେ ଉପସ୍ଥିତ ରହିବାକୁ କହିଲେ। ତାଙ୍କ ଘରେ ପହଞ୍ଚି ଡରାଇ ଧମକାଇ ଦସ୍ତଖତ ନେଇଥିବା ଓ୍ବାର୍ଡ ସଭ୍ୟା କହୁଛନ୍ତି । ୱାର୍ଡସଭ୍ୟାଙ୍କ ସହ ଚାମେଲିଙ୍କ ବାର୍ତ୍ତାଳାପର ଅଡିଓ ସାମ୍ନାକୁ ଆସିବା ପରେ ଚାମେଲିଙ୍କ ନାଁରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନୂଆ ମୋଡ଼ ନେଇଛି। ଚାମେଲି ସ୍ଥାନୀୟ ବିଧାୟକ ଓ ଗ୍ୟାଙ୍ଗଷ୍ଟର୍ ସାଜନ୍ ନାଁରେ ଯେଉଁ ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିଲେ ତାହା କ୍ରମେ ସ୍ପଷ୍ଟ ହେବାରେ ଲାଗିଛି ।



Source link

Leave A Reply

Your email address will not be published.