Voice of Eastern India

ଗୁଏନାରେ ବଡ଼ ସମୁଦ୍ର ଦୁର୍ଘଟଣା, ବୁଡିଗଲା ୧୧୬ ଜଣଙ୍କୁ ନେଇ ଯାଉଥିବା ଫେରି


ଜର୍ଜଟାଉନ: ଦକ୍ଷିଣ ଆମେରିକୀୟ ଦେଶ ଗୁଏନାରେ ରବିବାର ଏକ ବଡ଼ ନୌକା ଦୁର୍ଘଟଣା ଘଟିଛି। ୧୧୬ ଜଣ ଯାତ୍ରୀ ଓ ଚାଳକଦଳଙ୍କୁ ନେଇ ଯାଉଥିବା ଏକ ଫେରି ସମୁଦ୍ରରେ ଓଲଟିପଡି ବୁଡି ଯାଇଛି। ଦୁର୍ଘଟଣା ପରେ ପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ କରିଦିଆଯାଇଛି। ଏ ପର୍ଯ୍ୟନ୍ତ ୫୩ ଜଣଙ୍କୁ ସୁରକ୍ଷିତ ସମୁଦ୍ରରୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ ଏମଭି ବରିମା ନାମକ ଫେରି ରାଜଧାନୀ ଜର୍ଜ ଟାଉନରୁ ପୋର୍ଟ କେତୁମା ଯାଉଥିଲା।

ଦୁର୍ଘଟଣା ପରେ ପରେ ତୁରନ୍ତ ଡିଷ୍ଟ୍ରେସ୍ କଲ୍ ପଠାଯାଇଥିଲା। ଏହା ପରେ ପ୍ରଶାସନ ଓ ଉଦ୍ଧାର ଏଜେନ୍ସୀ ତୁରନ୍ତ ଦୁର୍ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଫେରିଟି ସମୁଦ୍ରରେ ଆଇରନ ପଣ୍ଟ ନିକଟରେ ହୋଇଥିବା ବେଳେ ବିଳମ୍ବିତ ରାତ୍ରିରେ ସନ୍ତୁଳନ ହରାଇଥିଲା ଏବଂ ଓଲଟି ପଡିଥିଲା। ପ୍ରଶାସନ ପକ୍ଷରୁ ଲାଗାତାର ଉଦ୍ଧାର ଅଭିଯାନ ଜାରି ରଖା ଯାଇଛି ଓ ନିଖୋଜ ଲୋକଙ୍କ ସନ୍ଧାନ ପାଇଁ ଉଦ୍ୟମ କରାଯାଉଛି। ଏହି ଫେରିରେ ଚାଳକ ଦଳ ସଦସ୍ୟଙ୍କ ସମେତ ମୋଟ ୧୧୬ ଜଣ ଯାତ୍ରା କରୁଥିଲେ ବୋଲି କୁହାଯାଉଛି। ତେବେ ୫୩ ଜଣ ଉଦ୍ଧାର ହୋଇଥିବା ବେଳେ ବାକି ଯାତ୍ରୀ ଓ ଚାଳକ ଦଳ ସଦସ୍ୟଙ୍କୁ ନେଇ ଚିନ୍ତା ଲାଗି ରହିଛି।



Source link

Leave A Reply

Your email address will not be published.