ବାଙ୍କୀ: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବସ୍ । ହେଲେ ସୌଭଗ୍ୟବସତଃ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । କଟକ ବାଙ୍କୀ ବ୍ରହ୍ମପୁରା ରୋଡ୍ର ଶବର ସାହି ଛକ ନିକଟରେ ରବିବାର ଅପରାହ୍ଣରେ ଘଟିଛି ଏହି ଦୁର୍ଘଟଣା ।
ସୂଚନା ଅନୁଯାୟୀ, ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଓଏସଆରଟିସି ବସ୍, ବ୍ରହ୍ମପୁରା ରୋଡ୍ ଶବର ସାହି ଛକ ନିକଟରେ କୌଣସି କାରଣରୁ ରାସ୍ତା କଡ଼କୁ ମାଡ଼ିଯାଇ ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ ବସ୍ର ଅଗ୍ରଭାଗ କ୍ଷତିଗ୍ରସ୍ତ ହୋଇଥିଲେବି ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ ବଡ଼ ଧରଣର କ୍ଷତି ହୋଇନାହିଁ । ଯାତ୍ରୀମାନେ ଅଳ୍ପକେ ବଡ଼ ବିପଦରୁ ବର୍ତ୍ତିଯାଇଛନ୍ତି। ତେବେ ଖରବ ପାଇ ବାଙ୍କୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Also Read: ଅଜଣା ବାଇକ୍ ଧକ୍କାରେ ୪ ବର୍ଷର ଶିଶୁ କନ୍ୟା ମୃତ
