ଖାନ ସାରଙ୍କ ବିରୁଦ୍ଧରେ କୋର୍ଟରେ ଫେରାଦ ହେଲେ ସାମ୍ବାଦିକ ଅଞ୍ଜନା ଓମ କାସ୍ୟପ ଓ ଟିଭି ଟୁଡେ ନେଟୱର୍କ। ଅଭିଯୋଗକାରୀଙ୍କ ପକ୍ଷରୁ ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାନହାନି ମକଦ୍ଦମା ଦାୟର କରାଯାଇଛି। କାଲି ଏହାର ଶୁଣାଣି ହେବ।
Published By: abinash – Prameya-News7 Bureau |
June 07, 2026 10:58 PM
NEWS7
ନୂଆଦିଲ୍ଲୀ: ଖାନ ସାରଙ୍କ ବିରୁଦ୍ଧରେ କୋର୍ଟରେ ଫେରାଦ ହେଲେ ସାମ୍ବାଦିକ ଅଞ୍ଜନା ଓମ କାସ୍ୟପ ଓ ଟିଭି ଟୁଡେ ନେଟୱର୍କ। ଅଭିଯୋଗକାରୀଙ୍କ ପକ୍ଷରୁ ଏନେଇ ଦିଲ୍ଲୀ ହାଇକୋର୍ଟରେ ଏକ ମାନହାନି ମକଦ୍ଦମା ଦାୟର କରାଯାଇଛି। ଆଜତକ ଆଙ୍କର ଅଞ୍ଜନା ଓମ କସ୍ୟପଙ୍କର ଦୋ କୌଡ଼ି ମନ୍ତବ୍ୟକୁ ନେଇ ଅଞ୍ଜନା ଓ ଫୈଜଲ ଖାନ୍ (ଯିଏ ‘ଖାନ୍ ସାର୍’ ଭାବରେ ପରିଚିତ)ଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଯାହା ଏବେ କୋର୍ଟରେ ପହଞ୍ଚିଛି।
ରିପୋର୍ଟ ଅନୁସାରେ ‘ଷ୍ଟାର ଟିଚର୍ସ’ (Star Teachers)ଙ୍କୁ ନେଇ ଅଞ୍ଜନା ଓମ୍ କଶ୍ୟପଙ୍କ କଭରେଜ୍କୁ ନେଇ ଖାନ୍ ସାର୍ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ସେ ସୋସିଆଲ ମିଡିଆରେ ସାମ୍ବାଦିକଙ୍କ ବିରୋଧରେ “ବିକ୍ରି ହୋଇଯାଇଥିବା ସାମ୍ବାଦିକ”, “ଚାଟୁକାର”, “ଦଲାଲି”, ଏବଂ “ଫେକ୍ ନ୍ୟୁଜ୍ ଦୁକାନ” ଭଳି ଶବ୍ଦ ବ୍ୟବହାର କରିଥିଲେ, ଯାହାକୁ ହଟାଇବା ପାଇଁ ଅଞ୍ଜନା ତାଙ୍କ ଆବେଦନରେ ଦାବି କରିଛନ୍ତି।
Alos Read- ୧୮ ବର୍ଷର ସାର୍ଥକଙ୍କୁ ତାରିଫ କଲେ ରାହୁଲ ଗାନ୍ଧି, ସୋସିଆଲ ମିଡିଆରେ ସେୟାର କଲେ Video
କାହିଁକି ହୋଇଥିଲା ବିବାଦ ? ନିଟ୍ (NEET) ପରୀକ୍ଷା ବ୍ୟବସ୍ଥାକୁ ନେଇ ଏକ ଲାଇଭ୍ ଡିବେଟ୍ ସମୟରେ ଅଞ୍ଜନା ଓମ୍ କଶ୍ୟପ ଅନଲାଇନ୍ ଶିକ୍ଷକମାନଙ୍କୁ “ଫ୍ରଡ୍” (ଠକ) ଏବଂ କେବଳ ଭିଉଜ୍ ପାଇଁ କାମ କରୁଥିବା ବ୍ୟକ୍ତି ବୋଲି ସମାଲୋଚନା କରିଥିଲେ। ଏହାପରେ ଅନ୍ୟ ୟୁଟ୍ୟୁବ ଶିକ୍ଷକଙ୍କ ଭଳି ଖାନ୍ ସାର୍ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଥିଲେ।
ଏଥିରେ ଅଞ୍ଜନା ଓମ୍ କଶ୍ୟପ ଏବଂ ଟିଭି ଟୁଡେ ନେଟୱାର୍କ ପକ୍ଷରୁ ୨ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରାଯାଇଛି। ଏଥିସହିତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ସମ୍ପୃକ୍ତ ଆପତ୍ତିଜନକ ବିଷୟବସ୍ତୁକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରାଯାଇଛି। ଏହି ମାମଲାର ଶୁଣାଣି ଆସନ୍ତାକାଲି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ନୀନା ବଂଶଲ କୃଷ୍ଣାଙ୍କ ଖଣ୍ଡପୀଠରେ ହେବ।
