Voice of Eastern India

କ୍ୟାନ୍ସର ଔଷଧ ଦାମ୍‌ରେ ଐତିହାସିକ ହ୍ରାସ ! ଉପକୃତ ହେବେ ଲକ୍ଷ ଲକ୍ଷ ରୋଗୀ


ନୂଆଦିଲ୍ଲୀ: କ୍ୟାନ୍ସର ରୋଗୀଙ୍କ ପାଇଁ ଆଶ୍ୱସ୍ତିକର ଖବର। ଦେଶରେ ୧,୩୬୪ ପ୍ରକାରର କ୍ୟାନ୍ସର ଔଷଧର ମୂଲ୍ୟ ସଂଶୋଧନ କରାଯାଇଛି। ଏହାଦ୍ୱାରା ଗ୍ରାହକମାନେ ପ୍ରତିବର୍ଷ ପ୍ରାୟ ୩,୫୪୦.୩୮ କୋଟି ଟଙ୍କା ସଞ୍ଚୟ କରିପାରିବେ। ସୋମବାରଠାରୁ ନୂଆ ମୂଲ୍ୟ ଲାଗୁ ହେବା ପରେ କ୍ୟାନ୍ସର ଚିକିତ୍ସାରେ ବ୍ୟବହୃତ ଅନେକ ଔଷଧ ଶସ୍ତା ହୋଇଛି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି ୧୩୭ ପ୍ରକାରର କ୍ୟାନ୍ସର ଔଷଧ ଉପରେ ବ୍ୟବସାୟୀଙ୍କ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ଡାଇରେକ୍ଟର ଜେନେରାଲ ଅଫ୍ ହେଲ୍ଥ ସର୍ଭିସେସ୍ (DGHS) ପକ୍ଷରୁ ଗଠିତ ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ୧୭ ଅକ୍ଟୋବର ୨୦୨୬ରେ କମିଟି ଏହାର ସୁପାରିସ ଦେଇଥିଲା। ରସାୟନ ମନ୍ତ୍ରଣାଳୟର ସୂଚନା ଅନୁସାରେ, ୮ ନଭେମ୍ବର ୨୦୨୬ ସୁଦ୍ଧା ୮୫ଟି ଔଷଧ କମ୍ପାନୀ ୧୨୧ ପ୍ରକାରର ଔଷଧ ଅଧୀନରେ ଥିବା ୧,୩୬୪ଟି କ୍ୟାନ୍ସର ଔଷଧର ସଂଶୋଧିତ MRP ରିପୋର୍ଟ କରିଛନ୍ତି।

also read- ଉପହାର ନଦେଲେ ଗାଡ଼ି ଛାଡ଼ିବିନି ! ହୋମଗାର୍ଡଙ୍କ ଦାଦାଗିରି ଭିଡିଓ ଭାଇରାଲ,

ଏଥିମଧ୍ୟରୁ ୬୭୯ଟି ବ୍ରାଣ୍ଡର ଔଷଧ ମୂଲ୍ୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସର୍ବାଧିକ ୯୬.୪୫ ପ୍ରତିଶତ ପର୍ଯ୍ୟନ୍ତ ମୂଲ୍ୟ ହ୍ରାସ ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, କୌଣସି କେମିଷ୍ଟ କିମ୍ବା ହସ୍ପିଟାଲ ଫାର୍ମାସି ଗ୍ରାହକଙ୍କଠାରୁ ସଂଶୋଧିତ MRPଠାରୁ ଅଧିକ ଟଙ୍କା ନେଇପାରିବେ ନାହିଁ।

ଗ୍ରାହକମାନେ ଔଷଧ ପ୍ୟାକେଟରେ ଛପା ହୋଇଥିବା ନୂଆ MRP ଯାଞ୍ଚ କରିପାରିବେ। ଏହା ବ୍ୟତୀତ ‘Pharma Sahi Daam’ ମୋବାଇଲ୍ ଆପ୍ ଏବଂ NPPAର ଅଫିସିଆଲ୍ ୱେବସାଇଟ୍ (nppa.gov.in) ମାଧ୍ୟମରେ ମଧ୍ୟ ଔଷଧର ମୂଲ୍ୟ ଜାଣିପାରିବେ।



Source link

Leave A Reply

Your email address will not be published.