Voice of Eastern India

କରୋନାରେ ଜଣେ ମୃତ, ଆହୁରି ୪ କୋଭିଡ୍-୧୯ ପଜିଟିଭ୍…ହସ୍ପିଟାଲକୁ ସଜାଗ ରହିବାକୁ ନିର୍ଦ୍ଦେଶ




ଅମରାବତୀ,୧୦|୦୭: ଦେଶକୁ ପୁଣି କରୋନା ଭୟ ଘାରିଛି। ଆନ୍ଧ୍ରପ୍ରଦେଶର କଡପ୍ପାରେ ବୁଧବାର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ଗତ ମାସରେ ଭେଲ୍ଲୋରର ସିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ କୋଭିଡ୍ ଟେଷ୍ଟ ପଜିଟିଭ ଆସିଥିଲା । ୪ ଦିନ ଚିକିତ୍ସା ପରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ଫୁସଫୁସ୍ ଖରାପ ହୋଇଯାଇଥିଲା ଏବଂ ସେ ନିମୋନିଆର ଶିକାର ହୋଇଥିଲେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ତାଙ୍କୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସ୍ କରି ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି । କରୋନାରେ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ କଡପ୍ପା ଏବଂ ତିରୁପତି ଜିଲ୍ଲାରେ ଆଉ ୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ମେଡିକାଲ ଏଜୁକେସନ ନିର୍ଦ୍ଦେଶକ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନାରେ ଆଇସୋଲେସନ ବେଡ୍, ଆଇସିୟୁ ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର, ଔଷଧ, ରାପିଡ ଟେଷ୍ଟ କିଟ୍, ଆମ୍ବୁଲାନ୍ସ ଏବଂ ମେଡିକାଲ ଷ୍ଟାଫ୍ ଉପଲବ୍ଧତାର ତଥ୍ୟ ମାଗିଛନ୍ତି। ଅନ୍ୟ ଦିଗରେ ଏବେବି ରାଜ୍ୟରେ ଟି ସକ୍ରିୟ ମାମଲା ରହିଛି ।

Also Read :- ୧୪ରେ ବଙ୍ଗୋପସାଗରରେ ଘୂର୍ଣିବଳୟ, ଏହି ତାରିଖରୁ ପ୍ରବଳ ବର୍ଷା : ଭିଜିବ ୧୦ରୁ ଅଧିକ ଜିଲ୍ଲା

ଭାରତରେ ସରକାରୀ ତଥ୍ୟ ଅନୁସାରେ ୨୦୨୨ ଶେଷ ସୁଦ୍ଧା ପ୍ରାୟ ୫.୩ ଲକ୍ଷ କରୋନା ମୃତ୍ୟୁ ରେକର୍ଡ ହୋଇଥିଲା। କିନ୍ତୁ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ଆକଳନ ଅନୁସାରେ ଏହି ସଂଖ୍ୟା ପ୍ରାୟ ୪୭ ଲକ୍ଷ ହେବ ।



Source link

Leave A Reply

Your email address will not be published.