Voice of Eastern India

କଙ୍କଡ଼ା ଧରୁଥିଲେ ବୃଦ୍ଧ, ଝାମ୍ପିନେଲା କୁମ୍ଭୀର; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି


ରାଜନଗର: ଜଙ୍ଗଲକୁ କଙ୍କଡ଼ା ଧରିବାକୁ ଯିବା ମହଙ୍ଗା ପଡ଼ିଲା ।  କୁମ୍ଭୀର ଆକ୍ରମଣରେ ଗୁରୁତର ହେଲେ ବୃଦ୍ଧ । ଅବଶ୍ୟ ବୃଦ୍ଧଜଣକ ଅଳ୍ପକେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି । ମାତ୍ର କୁମ୍ଭୀର ଆକ୍ରମଣରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଭିତରକନିକା ଜଙ୍ଗଲରେ ଘଟିଛି ଏହି ଅଘଟଣ ।

ସୂଚନା ଅନୁସାରେ, ସ୍ଥାନୀୟ ବାଙ୍କୁଆଳ ଗାଁର ମଦନ ବେହେରା ଜଙ୍ଗଲ ଭିତରକୁ ଯାଇ କଙ୍କଡ଼ା ଧରୁଥିବା ବେଳେ ତାଙ୍କୁ ଏକ କୁମ୍ଭୀର ଆକ୍ରମଣ କରିଥିଲା । ହେଲେ ସୌଭାଗ୍ୟବସତଃ ସେହି ରାସ୍ତା ଦେଇ ବନ କର୍ମଚାରୀ ଯାଉଥିବାରୁ ମଦନଙ୍କ ଚିତ୍କାର ଶୁଣି ସେଠାରେ ପହଞ୍ଚିଥିଲେ । ତୁରନ୍ତ ୧୦ରୁ ଅଧିକ ବନ କର୍ମଚାରୀ ମଦନଙ୍କୁ ବଞ୍ଚାଇବା ଉଦ୍ୟମ ଆରମ୍ଭ କରିଥିଲେ । ଆଉ ଏକ ବାଉଁଶରେ କୁମ୍ଭୀରଟିକୁ ଘଉଡ଼ାଇରେ ସଫଳ ହୋଇଥିଲେ । ତେବେ କୁମ୍ଭୀରଟି ମଦନକୁ ଛାଡ଼ିଦେଇଥିଲେ ବି ଆକ୍ରମଣରେ ମଦନଙ୍କ ଡାହାଣ ଗୋଡ଼ ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read: ମହାନଦୀ ପାଇଁ ବନ୍ୟା ଆଶଙ୍କା, କଟକ-ଖୋର୍ଦ୍ଧା-ପୁରୀ-ଜଗତସିଂହପୁର ପ୍ରଭାବିତ ହେବା ସୂଚନା



Source link

Leave A Reply

Your email address will not be published.